Breaking PLUSମୁଖ୍ୟ ଖବର
ଆଶ୍ଚର୍ଯ୍ୟ ଜନକ କଥା ୧୦ ବର୍ଷର ବାଳକ ପାଟିରୁ ୫୦ଟି ଦାନ୍ତ
ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୦ ବର୍ଷର ବାଳକ ପାଟିରୁ ୫୦ଟି ଦାନ୍ତ ବାହାରିଛି। ଗତ କିଛିଦିନ ହେବ ପିଲାଟିର ଦାନ୍ତରେ ଯନ୍ତ୍ରଣା ହେଉଥିବା ସେ କହିଥିଲା । ସେ କହିବା ପରେ ତାକୁ ଡାକ୍ତରଖାନାକୁ ନେଇଥଲେ ତା’ ପରେ ଡାକ୍ତରମାନେ ତାଙ୍କ ଦାନ୍ତ ପରୀକ୍ଷା କରିଥିଲେ। ପରେ ଜଣାପଡିଥିଲା ଯେ ସେ ଏକ ବିରଳ ରୋଗରେ ପୀଡିତ ଅଛନ୍ତି।
ଡାକ୍ତରମାନଙ୍କ କହିବା ଅନୁସାରେ, ଏହି ରୋଗକୁ ଓଡୋଣ୍ଟୋମା(Odontoma) କୁହାଯାଏ। ଏହି ରୋଗ ପ୍ରାୟତଃ ବହୁତ କମ୍ ଜଣକୁ ହୁଏ ଲକ୍ଷରେ ଏହି ରୋଗ କେବଳ ଜଣେ କିମ୍ବା ଦୁଇ ଜଣଙ୍କୁ ହୋଇଥାଏ।
ସୂଚନାଯୋଗ୍ୟ ଯେ,ଜଣେ ୧୦ ବର୍ଷର ଶିଶୁର ପାଟି ବହୁତ ଫୁଲି ରହୁଥିଲା। ଦୀର୍ଘ ସମୟ ଧରି ଦାନ୍ତରେ ଯନ୍ତ୍ରଣା ହେଉଥିବା ସେ ମଧ୍ୟ କହୁଥିଲେ । ଏଭଳି ପରିସ୍ଥିତିରେ ତୁରନ୍ତ ବାଳକଟିର ଅପରେସନ କରିବା ଆବଶ୍ୟକ ।