Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ଆଜି ସନ୍ଧ୍ୟାର ଖବର

ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁଲା ଭାରତ

୧-ଭକ୍ତ ଶ୍ରଦ୍ଧାଳୁଙ୍କୁ ପାଇଁ ଖୁସିର ଖବର, ହୋଲି ପରଠୁ ଏଣିକି ପ୍ରତେକ ରବିବାର ଦିନ ଖୋଲିବ ଶ୍ରୀମନ୍ଦିର । ଏନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର।

୨-ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଛୁଇଁଲା ଭାରତ, ଭାରତରେ ଗତ ବର୍ଷରୁ ଜାରି ଥିବା ରାଷ୍ଟ୍ରବ୍ୟାପୀ ଟିକାକରଣରେ ୧୮୦ କୋଟିରୁ ଅଧିକ ଡୋଜ ଦିଆଗଲାଣି ।

୩-ସରିଲା ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ରାଜ୍ୟର ୩୧୪ ବ୍ଲକରୁ ଅଧିକାଂଶ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ହେଲା ବାଜିମାତ୍ ।

୪-ଯୁକ୍ତ ୨ ପରୀକ୍ଷା ଅଫଲାଇନରେ କରିବାକୁ ଯୋଜନା କଲା ସିଏଚଏସଇ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଖୁବଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଆସିଲା ସୂଚନା ।

୫-କମିଲା EPF ସୁଧହାର । ଗତବର୍ଷ ମାର୍ଚ୍ଚରେ ଇପିଏଫଓ ବୋର୍ଡ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫ ପ୍ରତିଶତ ସୁଧହାର ପାଇଁ ଚୂଡାନ୍ତ ସୁପାରିସ କରିଥିବାବେଳେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ୮.୫% ସୁଧହାର ରହିଥିଲା ମାତ୍ର ଚଳିତବର୍ଷ ପାଇଁ ଏହାକୁ ୮.୧ ପ୍ରତିଶତକୁ ହ୍ରାସ କରାଯାଇଛି।

୬-ଓଡ଼ିଶା ହାଇ କୋର୍ଟର ମୁଖ୍ୟ ବିଚାପପତି ଜଷ୍ଟିସ ଏସ. ମୁରଲୀଧରନ ଓ ବିଚାରପତି ଜଶୱନ୍ତ ସିଂହଙ୍କ ତତ୍ୱାବଧାନରେ ଗତକାଲି ଓଡ଼ିଶାର ୩୦ଟି ଜିଲ୍ଲା ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି ।

୭-ବଦଳିଲା ବିଗ୍‌ ବଜାର ନାଁ, ଏବେ ହେଲା ‘ସ୍ମାର୍ଟ ବଜାର’:ଗୋଟିଏ ମାସରେ ଖୋଲିବ ୧୦୦ରୁ ଅଧିକ ନୂଆ ଷ୍ଟାେର।

୮-ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର କଲେ ସମୀକ୍ଷା ।

୯-୫ ରାଜ୍ୟରେ କଂଗ୍ରେସ ଅମାନତ ହାରିବା ପରେ ଆଜି ବସିବ କଂଗ୍ରେସ କାର୍ଯ୍ୟକାରୀ ବୈଠକ। ଆତ୍ମସମୀକ୍ଷା ସହ ନିଆଯାଇପାରେ ବଡ ନିଷ୍ପତ୍ତି । ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରୟଙ୍କା ଗାନ୍ଧୀ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

୧୦-ୟୁଏସ୍ ମୋସନ୍ ପିକଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମ ମିଳିତ ସହଯୋଗରେ ନିର୍ମାଣ ହେଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର “ପ୍ରେମରେ ରିସ୍କ ହେଲା ମତେ ଇସ୍କ”ର ଅଡ଼ିଓ ହେଲା ରିଲିଜ ।

୧୧-ଭାରତ-ଚୀନ ମଧ୍ୟରେ LACର ବିବାଦୀୟ ଅଞ୍ଚଳକୁ ନେଇ ବସିଲା ୧୩ ଘଣ୍ଟାର ବୈଠକ । ହେଲେ ସମାଧାନ ପାଇଁ କୌଣସି ନିଷ୍ପତ୍ତି ନେଇପାରିଲେ ନାହିଁ।

୧୨-ଚୀନକୁ ପୁଣି ଫେରିଲା ଲକଡାଉନ୍ । ଚୀନର ଚାଙ୍ଗଚୁଙ୍ଗ ସହର ହେଲା ଲକଡାଉନ । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଯୋଗୁଁ ଜିନ ପିଙ୍ଗ ସରକାରର ୯୦ ଲକ୍ଷ ଜନସଂଖ୍ୟା ବିଷିଷ୍ଟ ଚାଙ୍ଗଚୁଙ୍ଗ ସହରରେ ସମ୍ପୂର୍ଣ୍ଣ ଲକଡାଉନ କଲେ ଘୋଷଣା ।

୧୩-ୟୁପି ନର୍ବାଚନରେ ହାରିଲେ ୨୨୩ ରୁ ଅଧିକ ମୁସଲିମ ପ୍ରାର୍ଥୀ: ସମସ୍ତେ ଥିଲେ ବସପା, କଂଗ୍ରେସ ଏବଂ ଓୱେସୀଙ୍କ ଦଳର ।

୧୪-ସାଉଦି ଆରବରେ ଗୋଟିଏ ଦିନରେ ୮୧ ଜଣଙ୍କୁ ଦିଆଗଲା ଫାଶି, ଅନେକ ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଆଇଏସଆଇଏସ ଏବଂ  ଅଲକାଏଦା ସହିତ କାମ କରୁଥିଲେ। ଆଉ କିଛି ହତ୍ୟା ତଥା ଦୁଷ୍କର୍ମ ପରି ଘଟଣାରେ ସଂପୃକ୍ତ ଥିଲେ।

୧୫-ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଯୋଗୁ ଏବେସୁଦ୍ଧା ୨୫ ଲକ୍ଷରୁ ଅଧିକ ଲୋକ ହେଲେଣି ସରଣାର୍ଥ ,ଜାତିସଂଘ ଦେଲା ରିପୋର୍ଟ ।

୧୬-ପ୍ରଥମଥର ମୁହଁ ଖୋଲିଲେ ଜେଲେନ୍‌ସ୍କି, କହିଲେ ଯୁଦ୍ଧରେ ୧,୩୦୦ ସେନାଙ୍କର ହେଲାଣି ମୃତ୍ୟୁ ।

୧୭-ୟୁକ୍ରେନରେ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ଯୋଗାଣକୁ ଟାର୍ଗେଟ କରିପାରେ ରୁଷ, ଆମେରିକାକୁ ବି ଦେଲା ଚେତାବନୀ ।

୧୮-ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ : ଦ୍ୱିତୀୟ ଟେଷ୍ଟରେ ଭାରତକୁ ପ୍ରଥମ ଇନିଂସରେ ୨୫୨ ରନ୍‌ରେ ଅଲ୍ଆଉଟ୍ କରିବା ପରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳ ମାତ୍ର ୮୬ ରନ୍‌ରେ ୬ଟି ୱିକେଟ୍ ହରାଇଛି ।

୧୯-ମହିଳା କ୍ରିକେଟ ବିଶ୍ୱକପ : ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ ।

୨୦-ରାଜ୍ୟସ୍ତରୀୟ ଗଡଚଣ୍ଡୀ କପ କ୍ରିକେଟ, ବାଲେଶ୍ୱରକୁ ହରାଇ ଫାଇନାଲରେ ପହଁଚିଲା ୟୁନିକ କେନ୍ଦୁଝର ।

ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଯିବା ସମୟରେ ପରସ୍ପର ଠାରୁ ୬ ଫୁଟ ଦୂରତା ରକ୍ଷାକରି ଧାଡିରେ ଛିଡା ହୁଅନ୍ତୁ ଓ କୋଭିଡ୍ ନିୟମ ପାଳନକରି ଭୋଟ୍ ଦିଅନ୍ତୁ ।।

 

Show More

Related Articles

Back to top button