Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର
ଜାପାନରେ ଭୂକମ୍ପ ଝଟକା
ଜାପାନର ରାଜଧାନୀ ଟୋକିଓରେ ଭୂକମ୍ପ ଝଟ୍କା ଲାଗିଛି।

ରାତି ପ୍ରାୟ ୮.୦୬ରେ ଜାପାନରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପାଡିଛି। ଜାପାନର ରାଜଧାନୀ ଟୋକିଓରେ ଭୂକମ୍ପ ଝଟ୍କା ଲାଗିଛି। ଲୋକେ ଭୂକମ୍ପ ହେବା ଜାଣି ଘରୁ ବାହାରକୁ ପଳାଇ ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓର ଉତ୍ତରପୂର୍ବ ଦିଗଠାରୁ ୨୯୭ କିମି ଦୂରରେ ରହିଥିବା ଜଣାପଡିଛି। ଟୋକିଓ, କାନଜଓ୍ୱା, ୟୋକୋହାମା, ନିଗାଟ ଭଳି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଟୋକିଓ ଫୁକୁସିମା ଅଞ୍ଚଳର ଉପକୂଳ ହୋଇଥିବାବେଳେ ଏହା ସମୁଦ୍ର ମଧ୍ୟରେ ପ୍ରାୟ ୬୦ କି.ମି ଗଭୀରତାରେ ସୃଷ୍ଟି ହୋଇଛି । ବର୍ତ୍ତମାନ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରି ନାହିଁ ।