Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଡ୍ରାଇଭର ଗିରଫ

ଗିରଫ ହେଲା ରମେଶର ସହଯୋଗୀ

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ସହଯୋଗୀକୁ ପୋଲିସ ଗିରଫ କରିଛି । ରମେଶଙ୍କ ଡ୍ରାଇଭର ତାଙ୍କର ମୁଖ୍ୟ ସହଯୋଗୀ ଥିଲେ । ନୟାଗଡ଼ ଜିଲା ରଣପୁର ଅଞ୍ଚଳରୁ ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁକୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ରମେଶ ଗିରଫ ହେବା ପରଠାରୁ ପପୁ ଫେରାର ଥିଲେ। ପୋଲିସ ଗିରଫ କରିବା ପରେ ତାଙ୍କୁ ଏକ ଅଜଣା ସ୍ଥାନରେ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ରମେଶ ନିଜକୁ ଡାକ୍ତର ପରିଚୟ ଦେଇ ୧୮ ଜଣ ମହିଳାଙ୍କୁ ବିବାହ କରିଥିଲେ। ଖାଲି ସେତିକି ନୁହେଁ, ଚାକିରି କରାଇ ଦେବାକୁ କହି ମଧ୍ୟ ରମେଶ ଅନେକ ଲୋକଙ୍କୁ ଠକିଛନ୍ତି। ବୁଧବାର ତାଙ୍କର ପଲିଗ୍ରାଫ ଟେଷ୍ଟ କରାଯାଇଛି। ରିପୋର୍ଟ ଆସିବା ପରେ ସବୁ ସତ ଜଣାପଡ଼ିବ।

 

Show More

Related Articles

Back to top button