Breaking PLUSଆଇନ କାନୁନସ୍ୱାସ୍ଥ୍ୟ

ପୁଣି ଚିଲିକା ବିଧାୟକଙ୍କ ଜାମିନ ଆବେଦନ ଖାରଜ କଲେ ବାଣପୁର କୋର୍ଟ

ବିଧାୟକ ବର୍ତ୍ତମାନ ବାଣପୁର ସବଜେଲରେ

ଚିଲିକା: ଖାରଜ ହେଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଜାମିନ ପାଇଁ ଆବେଦନ କରିଥିବାବେଳେ ସହକାରୀ ଦୌରା ଜଜ୍ ମନୋରଞ୍ଜନ ମିଶ୍ର ଚିଲିକା ବିଧାୟକଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ।

ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୂପ ଚାନ୍ଦ ଉକ୍ତ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଚିତ ମିଶ୍ର ଏବଂ ରମେଶ ଚନ୍ଦ୍ର ବିଷୋୟୀ ପରିଚାଳନା କରୁଛନ୍ତି । ପୂର୍ବରୁ ଗତ ୨୨ ତାରିଖରେ ଜେଏମଏଫସି କୋର୍ଟରେ ମଧ୍ୟ ଜାମିନ ଆବେଦନ କରାଯାଇଥିବା ବେଳେ ତାହା ମଧ୍ୟ ଖାରଜ ହୋଇଥିଲା । ଜାମିନ ଆବେଦନ ଖାରଜ ହେଲା ପରେ ବିଧାୟକ ବର୍ତ୍ତମାନ ବାଣପୁର ସବଜେଲରେ ଅଛନ୍ତି ।

ସୂଚନା ଯୋଗ୍ୟ ଯେ,  ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇବା ମାମଲାରେ ବିଧାୟକଙ୍କୁ ଗିରଫ କରିଥିଲା ବାଣପୁର ପୋଲିସ । ଜେଲରେ ଥିବା ସମୟରେ ପ୍ରଶାନ୍ତ ପୁଣି ଅସୁସ୍ଥ ହେବାରୁ ତାଙ୍କ ଚିକିତ୍ସା ଚାଲିଛି । ଚିକିତ୍ସାଧିନ ଥିବା ବିଧାୟକ ସୁସ୍ଥ ହେବା ପରେ ପୁଣି ବାଣପୁର ଉପକାରାଗାରକୁ ଫେରିବେ ବୋଲି ଜଣାପଡିଛି। ତେବେ ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୯ ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ଜାମିନ ଖାରଜ ହେବାରୁ ସେମାନଙ୍କୁ ମଧ୍ୟ ବାଣପୁର ଉପ କାରାଗାରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

 

Show More

Related Articles

Back to top button