Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ

୪୩.୫ ଡିଗ୍ରୀ ସହିତ ସୋନ୍‌ପୁର ସବୁଠାରୁ ଉତ୍ତପ୍ତ

ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା ଦିନବେଳା କୌଣସି କାର୍ଯ୍ୟ କରିପାରୁଛନ୍ତି । ଦିନ ୯ ଟା ବେଳୁ ଖରା ଜୋର୍‌ ହେଉଛି । ତେବେ ଆଜି ସାରା ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୩.୫ ଡିଗ୍ରୀ ରହିଛି । ଏହାଛଡ଼ା ଆଜି ରାଜ୍ୟର ବିଭିନ୍ନ ସହରରେ ୪୦ ଡିଗ୍ରୀ ଡେଇଁଛି ତାପମାତ୍ରା ।

ବଲାଙ୍ଗୀରରେ ତାପମାତ୍ରା ୪୩ ଡିଗ୍ରୀ ରହିଥିବା ବେଳେ ଅନୁଗୋଳରେ ୪୨.୭ ଡିଗ୍ରୀ, ବାରିପଦାରେ ୪୧.୮ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ଭବାନୀପାଟଣାରେ ୪୧.୨ ଡିଗ୍ରୀ, ହିରାକୁଦରେ ୪୦.୩, କେନ୍ଦୁଝରରେ ୪୦.୧ ଡିଗ୍ରୀ, ସମ୍ୱଲପୁରରେ ୪୨.୨ ଡିଗ୍ରୀ, ଟିଟିଲାଗଡ଼ ଏବଂ ପାରଳାଖେମୁଣ୍ଡିରେ ୪୧.୫ ଡିଗ୍ରୀ, ବୌଦ୍ଧ ଏବଂ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ତପମାତ୍ରା ରେକର୍ଡ କରାଯାଇଛି ।

Show More

Related Articles

Back to top button