ବରଗଡ଼: ମାଆକୁ ହତ୍ୟା କଲା ଜନ୍ମିତ ପୁତ୍ର । ଏକ ବ୍ଲେଡ୍ ସାହାର୍ଯ୍ୟରେ ମାଆର ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗାଁରେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମାଆର ମୃତଦେହ ଜବତ କରିବା ସହ ପୁଅକୁ ଗିରଫ କରିଛି।
ମଙ୍ଗଳବାର ବୀଭତ୍ସ ହତ୍ଯାକାଣ୍ଡ ଘଟିଛି। ହତ୍ୟାକାରୀ ଆଉ କେହି ନୁହେଁ ନିଜ ଜନ୍ମିତ ପୁତ୍ର ହିଁ ମାଆର ତଣ୍ଟିକୁ ବ୍ଲେଡ୍ରେ କାଟି ନିର୍ମମ ହତ୍ୟା କରି ଅଖାରେ ଭର୍ତ୍ତି କରି ଦେଇଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମାଆର ମୃତଦେହ ଜବତ କରିବା ସହ ପୁଅକୁ ଗିରଫ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କୁମ୍ଭାରୀ ଗ୍ରାମର ବନ୍ଧ ପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଧବାକୋଶଲ୍ୟା ସାହୁ ନିଜ ପୁଅ ବିଦ୍ୟାଧର ସାହୁ ସହ ଘରେ ରୁହନ୍ତି। ବିଦ୍ୟାଧର ବିବାହିତ ହେଲେ ମଧ୍ୟ ଘରୋଇ କଳହରୁ ତାଙ୍କ ସ୍ତ୍ରୀ ମାଆ ଘରେ ରହୁଛନ୍ତି । ଆଜି ଦିନ ପ୍ରାୟ ୧୨ଟା ବେଳେ କୌଣସି ଏକ ସାମାନ୍ୟ ବଚସାରୁ ଉତକ୍ଷିପ୍ତ ହୋଇ ବିଦ୍ୟାଧର ମାଆଙ୍କ ତଣ୍ଟିକୁ ବ୍ଲେଡରେ ବାରମ୍ବାର କାଟି ପକାଇଥିବା ସୂଚନା ରହିଥିବା ବେଳେ ମାଆ ଜୋରରେ ପାଟି କରିବାରୁ ମାକୁ ଏକ ଅଖା ବସ୍ତା ରେ ଭର୍ତ୍ତି କରି ଦେଇଥିଲେ । ମାରି ସାରିବା ପରେ ବ୍ଲେଡକୁ ଫିଙ୍ଗି ଦେଇଥିବା କଥା ଅଭିଯୁକ୍ତ ପ୍ରକାଶ କରିଛି ।
ଖବର ପାଇ ବରପାଲି ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଦ୍ୟାଧରକୁ ଗିରଫ କରି ଥାନାକୁ ଆଣିବା ସହ ମୃତଦେହ ଜବତ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସାଇଣ୍ଟଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।