
ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆଉଟଡୋର ରୋଗୀ ପଞ୍ଜିକରଣ ପାଇଁ ଆରମ୍ଭ ହେବ ଅନଲାଇନ ବୁକିଂ ବ୍ୟବସ୍ଥା । ଶ୍ରୀରାମ ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲ, ୨୦୨୨ ମଇ ୯ରୁ ଅନଲାଇନ୍ ଆଉଟଡୋର ରୋଗୀ ପଞ୍ଜିକରଣ ଆରମ୍ଭ ହେବାକୁ ଯାଉଛି । ୧୦ ତାରିଖରୁ ଅନଲାଇନ ଟିକେଟରେ ରୋଗୀ ଦେଖା ଆରମ୍ଭ ହେବ। ଏପରି କରିବା ଦ୍ୱାରା ଡାକ୍ତରଖାନାରେ ଥିବା ଟିକେଟ୍ କାଉଣ୍ଟରରେ ରୋଗୀ ପାଇଁ ଧାଡିରେ ଯିବା ଆବଶ୍ୟକ ନାହିଁ। ରୋଗୀ ଅନଲାଇନ୍ ମାଧ୍ୟମରେ ନିଜ ଟିକେଟ୍ କରିପାରିବେ ଏବଂ ରୋଗୀର ସୁବିଧା ଅନୁଯାୟୀ ଯେକୌଣସି ସ୍ଥାନରୁ ପ୍ରିଣ୍ଟ୍ ବାହାର କରିପାରିବେ ।
OeHMIS ପ୍ରକଳ୍ପ ମାଧ୍ୟମରେ ଏହି ସୁବିଧା ଯୋଗାଇ ଦିଆଯାଇଛି । ଯାହାକି CDAC ଦ୍ବାରା ବିକଶିତ ଏବଂ ରକ୍ଷଣାବେକ୍ଷଣ କରାଯାଏ ରୋଗୀ ଏହି ଲିଙ୍କ୍ ମାଧ୍ୟମରେ ସେମାନଙ୍କର OPD ଟିକେଟ୍ ପଞ୍ଜିକରଣ କରିପାରିବେ। www.eswasthya.odisha.gov.in ରୋଗୀଙ୍କୁ ନିଜେ ପଞ୍ଜୀକୃତ କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ମୋବାଇଲ୍ ଆପ୍ଲିକେସନ୍ ପ୍ରଦାନ କରିବାକୁ ଯାଉଛନ୍ତି । ଏହି ସୁବିଧା ରୋଗୀଙ୍କୁ କୌଣସି ବାଧାବିଘ୍ନ ବିନା ଚିକିତ୍ସା କରିବାରେ ସାହାଯ୍ୟ କରିପାରିବ ।