ଆମେରିକାରେ ଶାହରୁଖ ନିର୍ମାଣ କରିବେ ଏକ କ୍ରିକେଟ୍ ଷ୍ଟାଡିୟମ
ଷ୍ଟାଡିୟମ୍ରେ ୧୦ ହଜାର ଲୋକଙ୍କର ବସିବାର ବ୍ୟବସ୍ଥା କରାଯିବ ।

ମୁମ୍ୱାଇ : ଶାହରୁଖ ଖାନଙ୍କର କ୍ରିକେଟ୍ ପ୍ରତି କେତେ ଆଗ୍ରହ ରହିଛି ଏହା ସମସ୍ତେ ଜାଣିଛନ୍ତି । ସେ ହେଉଛନ୍ତି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଟିମ୍ କେକେଆରର ମାଲିକ ଏବଂ ଅନେକ ଥର ମ୍ୟାଚ୍ ଦେଖିବାକୁ ନିଜେ ଷ୍ଟାଡ଼ିୟମକୁ ଆସିଥାନ୍ତି । ଏବେ ଶାହରୁଖ ଖାନ୍ ଘୋଷଣା କରିଛନ୍ତି କି ସେ ଆମେରିକାର ଲସ୍ ଏଞ୍ଜେଲ୍ସରେ ଏକ କ୍ରିକେଟ୍ ଷ୍ଟାଡ଼ିୟମ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ତାଙ୍କର କ୍ରିକେଟ୍ ଟିମ୍ ଓ ୟୁଏସ୍ଏ ଏମ୍ଏଲସି ୨୦ର ସହଯୋଗରେ ୱାର୍ଲଡ୍ କ୍ଲାସ୍ ଷ୍ଟାଡ଼ିୟମ ତିଆରି କରାଯିବ। ଷ୍ଟାଡିୟମର ନିର୍ମାଣ ୧୫ ଏକର ଜମିରେ କରାଯିବ । ଶାହରୁଖ ଖାନ୍ଙ୍କ ପକ୍ଷରୁ ଶୁକ୍ରବାର ଏହି ବୟାନ ଜାରି କରାଯାଇଛି ।
ଶାହରୁଖ ଖାନ୍ କହିଛନ୍ତି , ଲସ୍ ଏଞ୍ଜେଲ୍ସରେ ୱାର୍ଲ୍ଡ କ୍ଲାସ୍ କ୍ରିକେଟ୍ ଷ୍ଟାଡ଼ିୟମ କରିବାର ଯୋଜନା ଆମର ଓ ଏମଏଲସି ପାଇଁ ବହୁତ ଉତ୍ସାହାଜନିତ କରିବା ଭଳି । ଏଥିରେ କୌଣସି ସନ୍ଦେହ ନାହିଁ । ବୟାନରେ ଆହୁରି କୁହାଯାଇଛି , ଏମଏଲସିରେ ଆମର ନିବେଶ ଆମେରିକାରେ କ୍ରିକେଟର ଭବିଷ୍ୟତକୁ ନେଇ ରୋମାଞ୍ଚକ ହେବାକୁ ଯାଉଛି। ସୂଚନା ମୁତାବକ , ଷ୍ଟାଡିୟମ୍ରେ ୧୦ ହଜାର ଲୋକଙ୍କର ବସିବାର ବ୍ୟବସ୍ଥା କରାଯିବ ।