ଦେଶ ବିଦେଶରାଜନୀତି

ଟିଏମ୍‌ସି ସାଂସଦ: ୨୦୨୪ ପରେ ପ୍ରଧାନମନ୍ତ୍ରୀ ହେବେ ମମତା

ବଙ୍ଗରେ ମୁଖ୍ୟମନ୍ତ୍ରୀ ହେବେ ଅଭିଶେକ

୨୦୨୪ ପରେ ପ୍ରଧାମନ୍ତ୍ରୀ ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ବଙ୍ଗର ମୁଖ୍ୟମନ୍ତ୍ରୀ ହେବେ ଅଭିଶେଷକ ବାନାର୍ଜୀ। ଏକଥା ଆମେ କହୁନାହୁଁ, ଟିଏମ୍‌ସିର ପ୍ରବକ୍ତା ଏଭଳି ଦାବି କରିଛନ୍ତି। ତୃଣମୂଳ କଂଗ୍ରେସ ପ୍ରବକ୍ତା କୁନାଲ ଘୋଷ ତାଙ୍କ ଟ୍ୱିଟରେ ଏଭଳି ଦାବି କରିଛନ୍ତି। ଏହାପରେ ଟିଏମ୍‌ସି ସାଂସଦ ଅପରୂପା ପୋଦ୍ଦାର କୁନାଲଙ୍କ ଟ୍ୱିଟ୍‌କୁ ଆଉଟିକେ ବୁଝାଇ ଟ୍ୱିଟ୍ କରିଛନ୍ତି। ପୋଦାର ଟ୍ୱିଟ୍ କରି ଲେଖିଛନ୍ତି ” ୨୦୨୦୪ରେ ମମତା ଦେଶର ପ୍ରଧାନମନ୍ତ୍ରୀ ଭାବରେ RSS ଚୟନିତ ରାଷ୍ଟ୍ରପତିଙ୍କ ଠାରୁ ଶପଥ ନେବେ।

ପଶ୍ଚିମବଙ୍ଗରେ ଅଭିଶେଷ ବାନାର୍ଜୀ ମୁଖ୍ୟମନ୍ତ୍ରୀ ହେବେ।” ଏହି ଟ୍ୱିଟ୍‌ କରିବା ଘଣ୍ଟାକ ଭିତରେ ଅପରୂପା ପୋଦାର ଏହି ଟ୍ୱିଟ୍‌କୁ ଡିଲିଟ୍ କରିଦେଇଥିଲେ। ରାଜ୍ୟରେ ଟିଏମ୍‌ସିର ତୃତୀୟ ବିଜୟର ପ୍ରଥମ ବିଜୟ ବାର୍ଷିକୀରେ ବକ୍ତବ୍ୟ ଦେଇ ଦଳର ପ୍ରବକ୍ତା କୁନାଲ ଘୋଷ ମନ୍ତବ୍ୟ ଦେଇଥିଲେ। ଅଭିଷେକ ୨୦୩୬ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ ବୋଲି କୁନାଲ ଘୋଷ କହିଥିଲେ।

Show More

Related Articles

Back to top button