Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ଗିରଫ ହେଲେ କୋଟିପତି ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ମେ’ ୧୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଅଚଳାଚଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏହା ସହ ଟ୍ୱିନସିଟିରେ ୯୧ ଟି ପ୍ଲଟ୍‌ ଏବଂ ଏକାଧିକ କୋଠାବାଡ଼ି ଥିବା ମଧ୍ୟ ଜଣାପଡ଼ିଥିଲା। ମାସିକ ପ୍ରାୟ ୪୫ ହଜାର ଟଙ୍କା ଦରମା ପାଉଥିବା ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ ପାଖରେ କୋଟି କୋଟି ଟଙ୍କା ମୂଲ୍ୟର ପ୍ଲଟ୍‍, ଏକାଧିକ ଫ୍ଲଟ୍‍, ବହୁତଳ କୋଠା, ମାର୍କେଟ କମ୍ପେ୍ଲେକ୍ସ, ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବହୁମୂଲ୍ୟବାନ ଅଳଙ୍କାର ଆଦି ରହିବା ଖବର ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଗୁରୁବାର ଭୋର ୪ଟାରୁ ଭିଜିଲାନ୍ସ କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକଙ୍କ ଘର ସହିତ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରିଥିଲା। ରଘୁନାଥପୁରରେ ଥିବା ରୟାଲ ଲାଗୁନ୍‍ ଆପାର୍ଟମେଣ୍ଟ, ରଘୁନାଥନଗରରେ ଥିବା ଗୋବିନ୍ଦ ଭବନର ୩ ମହଲା ଘର, ଗୋବିନ୍ଦ ଭବନ ପଛ ପଟେ ଥିବା ୩ ମହଲା ଘର, ରଘୁନାଥନଗରରେ ଥିବା ଆଉ ଏକ ୨ମହଲା ବିଶିଷ୍ଟ ଘର, ଗାଁ ପୋଖରୀ ନିକଟରେ ଥିବା ଏକମହଲା ଘର, ଗ୍ରୀନ୍‍ ଗାର୍ଡେନ ଆପାର୍ଟମେଣ୍ଟ, ରୟାଲ ଆର୍କେଡ଼ ଆପାର୍ଟମେଣ୍ଟ, ବାଙ୍କି ଛ’ଘରିଆରେ ଥିବା ଆଉଟ୍‍ ହାଉସ୍‍ ଏବଂ କଳାରାହାଙ୍ଗରେ ଥିବା ଭେଟେରେନାରୀ ଅଫିସ୍‍ରେ ଚଢ଼ଉ କରାଯାଇଥିଲା। ଚଢ଼ଉରେ ଭିଜିଲାନ୍ସର ୯ଟି ଟିମ୍‍ ସାମିଲ୍‍ ହୋଇଥିଲେ। ଏଥିରେ ୫ଜଣ ଡିଏସ୍‍ପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଚଢ଼ଉରେ ତାଙ୍କର ୭.୨୧ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।

 

Show More

Related Articles

Back to top button