Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର
ଅଶାନ୍ତ ସମୁନ୍ଦ୍ର ମଧ୍ୟରେ ଫସିରହିଛନ୍ତି ୧୧ ମତ୍ସଜୀବୀ

ଅଶାନ୍ତ ସମୁଦ୍ରରେ ଫସିରହିଛନ୍ତି ୧୧ ମତ୍ସ୍ୟଜୀବୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୁନାପୁର ନିକଟ ଗଭୀର ସମୁଦ୍ରରେ।
ସୂଚନାଯୋଗ୍ୟ, ୧୧ ମତ୍ସଜୀବୀ ଏକ ଡଙ୍ଗାରେ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ। ଫେରିଲା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଡଙ୍ଗାଟି ସମୁଦ୍ରରେ ମଧ୍ୟରେ ଅଟକି ରହିଛନ୍ତି। ଅନ୍ୟପକ୍ଷେ ବାତ୍ୟା ଅସାନୀ ଯୋଗୁ ସମୁଦ୍ର ଅଶାନ୍ତ ରହିଛି। ଏଭଳି ସ୍ଥିିତିରେ ମତ୍ସ୍ୟଜୀବୀ ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏୟାରଲିଫ୍ଟ ମାଧ୍ୟମରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯିବ ବୋଲି ଉପଜିଲ୍ଲାପାଳ ପକ୍ଷରୁ ସୂଚନା ମିଳିଛି ।