ଆଇନ କାନୁନଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବର

ଜେଲରେ କିରାଣୀ କାମ କରିବେ ବରିଷ୍ଠ କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ

ଜେଲରେ କିରାଣୀ କାମ କରିବେ ବରିଷ୍ଠ କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ । ୧୯୮୮ ରୋଡରେଜ୍ ମାମଲାରେ ସିଦ୍ଧୁଙ୍କୁବର୍ଷେ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁପ୍ରିମକୋର୍ଟ । ବର୍ତ୍ତମାନ ପଟିଆଲା ଜେଲରେ ରହୁଛନ୍ତି ସିଦ୍ଧୁ । ସିଦ୍ଧୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଟିଆଲା ଜେଲରେ କିରାଣୀ କାମ ତାଙ୍କୁ ଦିଆଯାଇଛି । ଜେଲର ଫାଇଲପତ୍ର କାମ ଦେଖିବେ । ପ୍ରତିଦିନ ତାଙ୍କ ପାଖକୁ କିଛି କିଛି ଫାଇଲ୍ ପଠାଯିବ । ପ୍ରତିଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ କାମ କରିବେ ସିଦ୍ଧୁ । ତିନି ମାସ ଯାଏ ମାଗଣାରେ କାମ କରିବେ । ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି, ସିଦ୍ଧୁଙ୍କ ପାଖରେ ଏହି କାମର କୌଣସି ଅଭିଜ୍ଞତା ନାହିଁ । ତେଣୁ ତାଙ୍କୁ ୩ ମାସ ମାଗଣାରେ କାମ କରିବାକୁ ପଡ଼ିବ । ୩ ମାସ ପରେ ତାଙ୍କୁ ଦିନକୁ ୩୦ ଟଙ୍କା ଲେଖାଏଁ ହିସାବରେ ମିଳିବ । ଅଭିଜ୍ଞତା ବଢ଼ିଲେ ମିଳିବ ଦିନକୁ ୯୦ ଟଙ୍କା । ସିଦ୍ଧୁଙ୍କର ଶିକ୍ଷାଗତ ଯୋଗ୍ୟତା, ଜ୍ଞାନକୁ ଦେଖି ତାଙ୍କୁ ଏହି କାମ ଦେଇଛନ୍ତି ପଟିଆଲା ଜେଲ୍ ପ୍ରଶାସନ ।

Show More

Related Articles

Back to top button