ଦେଶମୁଖ୍ୟ ଖବର

କୂଅ ଭିତରୁ ଉଦ୍ଧାର ହେଲା ୫ ଜଣଙ୍କ ମୃତଦେହ

ଜୟପୁର : କୂଅ ଭିତରୁ ଉଦ୍ଧାର ହେଲା ୫ ଜଣଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଡୁଡୁ ଅଞ୍ଚଳରେ । ମୃତକଙ୍କ ମଧ୍ୟରେ ୩ଜଣ ମହିଳା ରହିଥିବା ବେଳେ ୨ ଜଣ ଶିଶୁ ରହିଛନ୍ତି । ମୃତ ମହିଳା ହେଉଛନ୍ତି କାଲୁ ଦେବୀ,ମମତା ଦେବୀ,ଓ କମଲେଶ ବୋଲି ଜଣାପଡିଛି । ମୃତ ଶିଶୁ ମଧ୍ୟରୁ ଜଣଙ୍କ ବୟସ ୪ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣେ ମାତ୍ର ୨୦ ଦିନର ।

ଗତ ମେ’ ୨୫ ତାରିଖରେ ତିନି ଉଭଣୀ ସମେତ ତାଙ୍କ ୨ଶିଶୁ ନିଖୋଜ ଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଜି ସକାଳୁ ଡୁଡୁ ପୋଲିସ ଷ୍ଟେସନ ଅଞ୍ଚଳର ନରେନା ରାସ୍ତାରେ କଡରେ ଥିବା ଏକ କୂଅରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ୩ ଜଣ ମହିଳାଙ୍କ ସମେତ ଦୁଇ ଶିଶୁଙ୍କ ମୃତଦେହ ଉଦ୍ଧାର କରିଥିଲା । ମୃତ ୩ ମହିଳା ତିନି ଭଉଣୀ ହୋଇଥିବା ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା , ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।

Show More

Related Articles

Back to top button