Breaking PLUSଆଇନ କାନୁନଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବରରାଜନୀତି
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପଞ୍ଜାବ ପୋଲିସକୁ ସାହାର୍ଯ୍ୟ ମାଗିଲେ ପଞ୍ଜାବୀ ଗାୟକ ମନକୀରତ ଔଲଖ

ଚଣ୍ଡିଗଡ଼: ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପଞ୍ଜାବୀ ଗାୟକ ମନକୀରତ ଔଲଖ ପଞ୍ଜାବ ପୋଲିସଙ୍କୁ ନିଜର ସୁରକ୍ଷା ମାଗିଛନ୍ତି। କାରଣ ଗତ ଏପ୍ରିଲ ମାସରେ ତାଙ୍କୁ ମିଳିଥିଲା ହତ୍ୟା ଧମକ। ଦବିନ୍ଦର ବାମ୍ବିହା ଗ୍ୟାଙ୍ଗ ଠାରୁ ସେ ଧମକ ପାଇଥିଲେ। ଗାୟକରୁ ରାଜନେତା ପାଲଟିଥିବା ସିଦ୍ଧୁ ମୁସେୱାଲାଙ୍କୁ ଗତ ରବିବାର ପଞ୍ଜାବର ମନସା ଜିଲ୍ଲାର ଜୱାହାରକେ ଗାଁ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଉପରକୁ ୩୦ ରାଉଣ୍ଡ ଗୁଳି କରାଯାଇଥିବା ବେଳେ ସେଥିରୁ ୨୪ଟି ତାଙ୍କ ଶରୀରରେ ବାଜିଥିଲା। ୨୪ଟି ଗୁଳିରୁ ଗୋଟିଏ ତାଙ୍କ ମୁଣ୍ଡରେ ବାଜିଥିଲା। କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର୍ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ତା’ର ସଂପର୍କ ରହିଛି। ଗ୍ୟାଙ୍ଗଷ୍ଟର ବିକି ମିଦ୍ଦୁଖେରାର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସିଦ୍ଧୁ ମୁସେ ୱାଲାଙ୍କୁ ହତ୍ୟା କରାଯାଇଥିବା ଗୋଲଡୀ ବ୍ରାର୍ କହିଛି।