Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ

ଜଗନ୍ନାଥଙ୍କ ଦର୍ଶନ କରି ପୁରୀରୁ ବରଗଡ଼ ଫେରୁଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଘନଦୀ ପୋଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ କାରଟି ଭାରସାମ୍ୟ ହରାଇ ପୋଲ ବାଡ଼ରେ ପିଟି ହେବାରୁ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେହି ତିନି ଜଣ ଗୁରୁତରଙ୍କୁ ସୋନପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ବାଉଁଶୁଣି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନେ ସମସ୍ତେ ବରଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛନ୍ତି। ଆଜି ଭୋରୁ ୮ ଜଣ ଯୁବକ ଜଗନ୍ନାଥଙ୍କ ଦର୍ଶନ କରି ପୁରୀରୁ ବରଗଡ଼ ଫେରୁଥିବା ସମୟରେ ବାଉଁଶୁଣି ନିକଟସ୍ଥ ବାଘନଦୀ ପୋଲ ଉପରେ କାର୍‌ଟି ଭାରସାମ୍ୟ ହରାଇ ପିଟି ହୋଇ ଦୁର୍ଘଟଣାଗସ୍ତ ହୋଇଥିଲା ।

Show More

Related Articles

Back to top button