
ଜଳେଶ୍ବର: ବନ୍ଧୁକ ମୁନରେ ଲୁଟ୍ । ଗତକାଲି ବିଳମ୍ବିତ ରାତିରେ ବନ୍ଧୁକ ଦେଖାଇ ଜଣେ ଗାଡ଼ି ଚାଳକଙ୍କଠାରୁ ଜଳେଶ୍ବର ଥାନା ସେକସରାଇ ନିକଟରେ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ,ଗତକାଲି ରାତି ଗୋଟାଏ ସମୟରେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ମଇନା ଥାନା ଅଧୀନସ୍ଥ ସୁଦାମପୁର ଗ୍ରାମରୁ ଷ୍ଟିଲ ଆଲମିରା ବୋଝେଇ ଏକ ପିକପ ଗାଡ଼ି ପାଣିକୋଇଲି ଅଭିମୁଖେ ବାହାରିଥିଲା । ଗାଡିଟି ଏନଏଚ ୬୦ରେ ନଯାଇ ଅଗ୍ରଵାଲା ଛକ ରାସ୍ତାର ଜଳେଶ୍ବର ସହର ଭିତରକୁ ପ୍ରବେଶ କରି ସେକସରାଇ ନିକଟରେ ପୁଣି ୬୦ ନମ୍ବର ଜାତୀୟ ରାଜପଥକୁ ଉଠିଥାନ୍ତା। ତେବେ ରାଜପଥକୁ ଉଠିବାକୁ ଅଳ୍ପ କିଛି ବାଟ ଥିବାବେଳେ ସେକସରାଇ ନିକଟସ୍ଥ ଓଟି ରୋଡରେ ଦୁଇଜଣ ଯୁବକ ଏକ ଅଣ୍ଡା ବୋଝେଇ ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲେ। ସେହି ସମୟରେ ଦୁଇ ଦୁର୍ବୃତ୍ତ ଉକ୍ତ ପିକଅପକୁ ଘେରି ଯିବା ସହ ଚାଳକ ଶୁଭେନ୍ଦୁ ସାମନ୍ତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାରପିଟ କରି ଗାଡ଼ିର ଜରୁରୀ କାଗଜପତ୍ର ଓ ନଗଦ ୧୩,୫୦୦ ଟଙ୍କା ଛଡ଼ାଇ ନେଇଥିଲେ ଏବଂ ହେଲପର ହରେକୃଷ୍ଣ ଦାସଙ୍କୁ ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।