Breaking PLUSଅପରାଧଆଇନ କାନୁନଦୁର୍ଘଟଣା

ମଦ ପିଇ ମା’କୁ ଶାବଳରେ ପିଟି ମାରିଦେଲା ନୃଶଂସ ପୁଅ

ତେଲକୋଇ : ଯେଉଁ ମା’ ନିଜେ ନ ଖାଇ ପୁଅକୁ ଖୁଆଇବାକୁ ଦେଉଥିଲା । ଯିଏ କୋଳେଇ କାଖେଇ ବଡ଼ କରିଥିଲା। ପୁଅ ଖାଇସାରିବା ପରେ ଯିଏ ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସେହି ମା’କୁ ଶାବଳରେ ପିଟି ହତ୍ୟା କଲା ନୃଶଂସ ପୁଅ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧିନ ବନବିହାରୀପୁର ନୂଆଗାଁରେ। ମୃତ ମହିଳା ଜଣଙ୍କ ହେଲେ ନୂଆଗାଁ ମୁଣ୍ଡା ସାହିର ଟୁଲେଇ ମୁଣ୍ଡା। ଅଭିଯୁକ୍ତ ପୁଅ ଡବରୁ ମୁଣ୍ଡାକୁ ପୁଲିସ ଅଟକ ରଖିଛି। ଗତକାଲି ଡବରୁ ମଦ ପିଇ ଘରକୁ ଫେରିଥିଲା। ମଦ କାହିଁକି ପିଉଛି ବୋଲି ମା’ ପୁଅକୁ ତାଗିତ କରିଥିଲା। ଏହି କଥାକୁ ନେଇ ଉଭୟ ମା’ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ପୁଅ ଡବରୁ ଉତକ୍ଷିପ୍ତ ହୋଇ ଘରେ ଥିବା ଶାବଳ ଆଣି ମା’ର ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ହିଁ ଟୁଲେଇଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଏହି ଘଟଣା ବିଷୟରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

 

Show More

Related Articles

Back to top button