ଖେଳଦେଶଦେଶ ବିଦେଶ

ଅନ୍ତର୍ଜାତୀୟ କ୍ରିକେଟ ଜଗତରୁ ମିତାଲି ରାଜଙ୍କ ଅଲବିଦା

ଭାରତୀୟ ମହିଳା ଦଳର କ୍ରିକେଟର ମିତାଲି ରାଜ ଆଜି ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଅର୍ନ୍ତଜାତୀୟ କ୍ରିକେଟର ସମସ୍ତ ଫର୍ମାଟକୁ ସନ୍ନ୍ୟାସ ଘୋଷଣା କରିଛନ୍ତି ମିତାଲି । ଏନେଇ ସେ ନିଜେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ମିତାଲି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଯେ, “ଖୁବ କମ୍‌ ବୟସରୁ ଭାରତୀୟ ଦଳର ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିଲା । ଦୀର୍ଘଦିନ ହେବ ଆପଣମାନେ ସହଯୋଗ କରି ଆସୁଥିଲେ,ସେଥିପାଇଁ ଆପଣମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ । ଆପଣମାନଙ୍କ ଆର୍ଶୀବାଦ ପାଇଁ ମୁଁ ଦ୍ୱୀତିୟ ଇନିଂସ ଆରମ୍ଭ କରିବାକୁ ଯାଉଛି । ଏହାଠୁ ବଡ଼ ସମ୍ମାନ ମୋ ପାଇଁ ଆଉ କିଛି ହେବ ନାହିଁ । ୨୩ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ଯାତ୍ରାକୁ ଶେଷ କରିବାର ସମୟ ଆସିଛି । ଆଜି ମୁଁ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରୁଛି ।” କିନ୍ତୁ ମୋ ପ୍ରିୟ ଖେଳ ସହିତ ସଦାସର୍ବଦା ଯୋଡି ହୋଇ ରହିବି । ଭାରତ ହେଉ କିମ୍ବା ବିଶ୍ୱ , ଯେ କୌଣସି ମହିଳା କ୍ରିକେଟର ଉନ୍ନତି ପାଇଁ ମୁଁ ଯଥାସମ୍ଭବ ଚେଷ୍ଟା କରିବି ।

ଏହାପରେ ମିତାଲିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପୂର୍ବତନ କ୍ରିକେଟର ସୁରେଶ ରାଇନା ଟ୍ବିଟ୍‌ କରି କହିଛନ୍ତି ଯେ, “ମିତାଲି ରାଜ ଅନେକଙ୍କ ପାଇଁ ପ୍ରେରଣା । ଏଭଳି ଏକ କ୍ୟାରିଅର ନେଇ ଭାରତୀୟ କ୍ରିକେଟ ପ୍ରତି ତାଙ୍କ ଅବଦାନ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଏହାପରେ ତୁମେ ଯାହା ବି କରିବ ସେଥିରେ ମଧ୍ୟ ସଫଳ ହୁଅ ବୋଲି କାମନା କରୁଛି ।”

ତେବେ ସୂଚନା ଥାଉ କି , ଭାରତ ପାଇଁ ମିତାଲି ୨୩୨ଟି ମ୍ୟାଚ ଖେଳି ୫୦.୬୮ ହାରରେ ୭୮୦୫ ରନ୍ କରିଛନ୍ତି । ତାଙ୍କ ରେକର୍ଡକୁ ବିଶ୍ୱର କୌଣସି ମହିଳା କ୍ରିକେଟର ଅତିକ୍ରମ କରିପାରି ନାହାଁନ୍ତି । ଦୀର୍ଘ ଦୁଇ ଦଶନ୍ଦିରୁ ଅଧିକ ସମୟ ଧରି ଭାରତୀୟ ମହିଳା କ୍ରିକେଟର ସଦସ୍ୟ ଓ କ୍ୟାପ୍ଟେନ ହୋଇଥିବା ମିତାଲି ଅନେକ ରେକର୍ଡର ଅଧିକାରୀ ଅଟନ୍ତି ।

Show More

Related Articles

Back to top button