ପାଟଣା : ଶୌଚ ହେବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ବୃଦ୍ଧ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଗୋଧିରାମପଡା ଗ୍ରାମରେ । ବୃଦ୍ଧ ଜଣକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ବୃଦ୍ଧ ହେଲେ ଘନଶ୍ୟାମ ମୁଣ୍ଡା ।
ମିଳିଥିବା ସୂଚନା ମୁତାବକ , ୬୨ ବର୍ଷୀୟ ଘନଶ୍ୟାମ ଶୌଚ ହେବାକୁ ଯାଇଥିବା ବେଳେ ଦୁଇଟି ଭାଲୁ ତାଙ୍କୁ ପଛ ପଟୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଆକ୍ରମଣରେ ତାଙ୍କ ଡାହାଣ କାନ୍ଧରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।