ସ ମି କ୍ଷା,,,,,,,
ସ ମି କ୍ଷା,,,,,,,
କରୁଛି ମୁଁ ଆଜି,ମୋ ପ୍ରେମର ସମିକ୍ଷା
କେତେ ଭୂଲ୍ଥିଲା,କେତେ ଠିକ୍ ଥିଲା
କାହାକୁ ଆଜିବା ପଚାରି ବୁଝିବି
ଅବା କି ସମୟ ଦୂରେଇ ଦେଲା ।
ଷୋଡଶି ରୁପସୀ ସେ ନୀଳ ନୟନା
ରୂପରେ କରିଲା ମତେ ଆନମନା
ପଡିଗଲି ପ୍ରେମେ କେବେ ବା କେମିତି
ସେ କଥା ଆଜି ମନେ ବି ପଡେନା ।
ପାଗଳ ଥିଲି ମୁଁ ତା ପାଇଁ ସେଦିନ
ଭୁଲି ଯାଇଥିଲି ଆତ୍ମିୟ ସ୍ବଜନ
କିଏ କହେ ମତେ ପାଗଳ ପ୍ରେମିକ
ତଥାପି ନଥିଲା ମନେ ଅଭିମାନ ।
କହିବି ନଥିଲା ଖୋଲି ମତେ ଦିନେ
ଭଲ ପାଉଥିଲା ମତେ ମନେ ମନେ
ହସିଦିଏ ଯେବେ ସେ ମତେ ଦେଖି
ଅନେକ ଭାବନା ଉଙ୍କିମାରେ ମନେ ।
ନିତି ଦେଖାହୁଏ,କିନ୍ତୁ ନୂଆ ଲାଗେ
ନୂଆ ଭାବନା ବି ମନେ ଆଣିଦିଏ
ଭାବେ ସବୁ ଖୋଲି କହିବି ତା ଆଗେ
ହେଲେ ତା ହସରେ ପୁ୍ଣି ଭୁଲିଯାଏ ।
ନାହିଁ ସେ ସମୟ ହେଲାଣି ଅତିତ
ସେ,ଭଲପାଇବା ବାଟ ଭୁଲିଗଲା
ସମୟ ସୁଅରେ କିଏ କେତେଦୂରେ
ସବୁ ଠିକଣା ତ ଆଜି ହଜିଗଲା ।
କାହିଁକି, ସମ୍ପର୍କରେ ପୂର୍ଣ୍ଣଛେଦ ହେଲା
ଅବା,ମୋ ଭଲପାଇବାରେ ତୃଟି ରହିଗଲା
ହେଲେ,ମୁଁ ପାରୁନି ମୋ ହୃଦୟୁ ଦୂରେଇ
କରୁଚିି ସମିକ୍ଷା,ଅଭୁଲା ପ୍ରେମରେ ଭିଜେଇ ।
।।ପ୍ରଶାନ୍ତ ପପତି।।ଜଗତସିଂହପୁର।



