Breaking PLUSମୁଖ୍ୟ ଖବରଶିକ୍ଷା

ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଲେ ବିଧାୟକ

ବାଙ୍ଗାଲୋର: ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଲେ ବିଧାୟକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଜନତା ଦଳ ସେକ୍ୟୁଲାର୍ (ଜେଡିଏସ୍) ବିଧାୟକ ଏମ ଶ୍ରୀନିବାସ ଏକ କଲେଜର ପ୍ରିନ୍ସିପାଲଙ୍କୁ ଚାପୁଡ଼ା ମାରିଥିଲେ। ପ୍ରିନ୍ସିପାଲ୍ କମ୍ପ୍ୟୁଟର ଲ୍ୟାବ ପାଇଁ ଚାଲିଥିବା ବିକାଶ କାର୍ଯ୍ୟ ବିଷୟରେ ଜାଣିନଥିବାରୁ ଏଥିରେ ରାଗିଯାଇ ବିଧାୟକ ଏମ ଶ୍ରୀନିବାସ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରିନ୍ସିପାଲଙ୍କ ସହିତ ଏହିପରି ଆଚରଣ ପାଇଁ ବିଧାୟକଙ୍କୁ ସମାଲୋଚନା କରିଛନ୍ତି । ଏହି ଘଟଣା ସୋମବାର ଦିନ ଘଟିଛି । ଯେତେବେଳେ ବିଧାୟକ ଶ୍ରୀନିବାସ କଲେଜ ପରିଦର୍ଶନ କରିଥିଲେ ଏବଂ ମହାବିଦ୍ୟାଳୟର ପ୍ରିନ୍ସିପାଲ ନାଗାନନ୍ଦ କଲେଜର ବିକାଶ କାର୍ଯ୍ୟ ସମ୍ପର୍କରେ ବିଧାୟକଙ୍କୁ କୌଣସି ସଠିକ୍ ସୂଚନା ଦେଇ ପାରିନଥିଲେ । ଆଉ ପ୍ରିନ୍ସିପାଲଙ୍କ ଏହି ଆଚରଣରେ ବିରକ୍ତ ହୋଇ ବିଧାୟକ ଏମ ଶ୍ରୀନିବାସ ପ୍ରିନ୍ସିପାଲଙ୍କୁ ସର୍ବସାଧାରଣଙ୍କ ସାମ୍ନାରେ ଚାପୁଡ଼ା ମାରିଥିଲେ। ଜଣେ ମହିଳା ସହକର୍ମୀ ତଥା ସ୍ଥାନୀୟ ନେତାଙ୍କ ସାମ୍ନାରେ ବିଧାୟକ ତାଙ୍କୁ ଦୁଇଥର ଗାଳିଗୁଲଜ କରି ଚାପୁଡ଼ା ମାରିଥିଲେ । ଭିଡିଓରେ ପ୍ରିନ୍ସିପାଲ ଭୟଭୀତ ହୋଇଥିବାର ଦେଖାଯାଉଛି ।

 

Show More

Related Articles

Back to top button