Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ଭୟଙ୍କର ଭୂକମ୍ଫରେ ଥରିଲା ଆଫଗାନିସ୍ଥାନ, ୧୩୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ଝଟକା। ମଙ୍ଗଳବାର ମଧ୍ୟରାତ୍ରି ୨.୨୪ ମିନିଟରେ ପାକିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତ୍ରୀବତା ୬.୧ ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ, ଏହି ଭୟଙ୍କର ଭୂୂକମ୍ପରେ ୧୩୦ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିପର୍ୟ୍ୟୟ ପରିଚାଳନା ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣପୂର୍ବ ଆଫଗାନିସ୍ତାନର ଖୋଷ୍ଟ ସହରରୁ ୪୪ କିମି ଦୂରରେ ଏହି ଭୂକମ୍ପ ହୋଇଛି । ଏହାର ଗଭୀରତା ୫୧କିମି ରହିଥିବା ବେଳେ ଅକ୍ଷାଂଶ ୩୨.୯୪ ରହିଥିବାବେଳେ ଦ୍ରାଘିମା ୬୯.୫୬ ରହିଥିଲା । ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଏହି ଅଞ୍ଚଳ ଦୁର୍ଗମ ହୋଇଥିବାରୁ ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବିଳମ୍ବ ହେଉଛି ।

Show More

Related Articles

Back to top button