Breaking PLUSଦେଶ ବିଦେଶମୁଖ୍ୟ ଖବରସାକ୍ଷାତକାରସ୍ୱତନ୍ତ୍ର

ଯୋଗୀ ଆଦିତ୍ୟନାଥଙ୍କ ହେଲିକାପ୍ଟର ପକ୍ଷୀ ସହ ଧକ୍କା ହେବାରୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି

ନୁଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ରବିବାର ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି। କୁହାଯାଉଛି କି ଏକ ପକ୍ଷୀ ହେଲିକାପ୍ଟର ସହ ଧକ୍କା ହେବା ପରେ ତୁରନ୍ତ ଲ୍ୟାଣ୍ଡିଂ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ସମ୍ପୁର୍ଣ୍ଣ ଭାବରେ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି। ଏବେ ଆଦିତ୍ୟନାଥ ସରକାରୀ ବିମାନ ସାହାଯ୍ୟରେ ଲକ୍ଷ୍ନୌ ଯିବେ ବୋଲି ସୂଚନା ମିଳିଛି। ପୂର୍ଣ୍ଣିମା ମହୋତ୍ସବ କାର୍ଯ୍ୟକ୍ରମର ପ୍ରସ୍ତୁତି ବିଷୟରେ ଯୋଗୀ ଆଦିତ୍ୟନାଥ ବାରାଣାସୀରେ ପହଞ୍ଚିଥିଲେ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ପାଇଁ ଯୋଗୀ ଆଦିତ୍ୟନାଥ ଏଠାରେ ଥିବା କାଶୀ ବିଶ୍ୱନାଥ ମନ୍ଦିରରେ ମଧ୍ୟ ପୂଜାପାଠ କରିଥିଲେ।କୁହାଯାଉଛି ଯେ ରବିବାର ଦିନ ବାରାଣାସୀରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବାର କିଛି ସମୟ ପରେ ତାଙ୍କ ହେଲିକପ୍ଟର ଏକ ପକ୍ଷୀ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ହେଲିକପ୍ଟରରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକପ୍ଟରର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲେ। କୁହାଯାଉଛି ଯେ ହେଲିକପ୍ଟରଟି ପକ୍ଷୀ ସହିତ ଧକ୍କା ହେବା ପରେ ଦୁର୍ଘଟଣାର ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା କର୍ମୀମାନେ ହେଲିକପ୍ଟର ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଯୋଗୀ ଆଦିତ୍ୟନାଥ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି ।

Show More

Related Articles

Back to top button