Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ସ୍ୱର ବଦଳାଇଲେ ମମତା ବାନାର୍ଜୀ

କୋଲକାତା: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ମମତା ବାନାର୍ଜୀ ନିଜର ସ୍ୱର ବଦଳାଇଛନ୍ତି। ମମତା ବାନାର୍ଜୀ ବିରୋଧୀ ମେଣ୍ଟର ମିଳିତ ପ୍ରାର୍ଥୀ ବାଛିବାକୁ ବେଶ କସରତ କରିଥିଲେ। ଏପରି କି ସେ ସବୁ ବିରୋଧୀ ଦଳକୁ ଚିଠି ଲେଖିଥିଲେ। ଶେଷରେ ନିଜର ଦଳ ଟିଏମସିର ଯଶୱନ୍ତ ସିହ୍ନାଙ୍କୁ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବାରୁ ଏବେ ବିରୋଧୀଙ୍କ ଅଙ୍କ ବଦଳି ଯାଇଛି। ଗୋଟିଏ ପରେ ଗୋଟିଏ ଅଣ ଏନଡିଏ ଦଳ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରୁଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଗଲାଣି। ଏହାକୁ ଦୃଷ୍ଟିରେ ରଖି ମମତା ନିଜର ସ୍ୱର ବଦଳାଇଛନ୍ତି। ଆଜି କୋଲକାତାରେ ଇସକନର ରଥଯାତ୍ରା କାର୍ଯ୍ୟକ୍ରମକୁ ଉଦଘାଟନ କରି ମମତା କହିଛନ୍ତି, “ଯଦି ବିଜେପି ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଆଗରୁ କହି ଦେଇଥାଆନ୍ତା, ତା’ହେଲେ ମୁଁ ନିଶ୍ଚିତ ଏହା ଉପରେ ଚିନ୍ତା କରି ଥାଆନ୍ତି। ବର୍ତ୍ତମାନର ରାଜନୀତିକ ଦୃଶ୍ୟପଟ୍ଟଟରେ ଦ୍ରୌପଦୀ ମୁର୍ମୁ ଜିତିବାର ଅଧିକ ସମ୍ଭାବନା ରହିଛି। ବିଶେଷ କରି ମହାରାଷ୍ଟ୍ରର ରାଜନୀତିକ ହଟଚମଟ ପରେ ଏହି ସମ୍ଭାବନା ଅଧିକ ବଢ଼ି ଯାଇଛି।” ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥିତ୍ୱକୁ ନେଇ ମମତା କହିଛନ୍ତି, “ଆଦିବାସୀଙ୍କ ପ୍ରତି ଆମେ ସମ୍ବେଦନଶୀଳ। ଯଦି ବିଜେପି ଜଣେ ଆଦିବାସୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥାଆନ୍ତା, ତା’ହେଲେ ସବୁ ବିରୋଧୀ ଦଳ ନିଶ୍ଚିତ ଭାବେ ଏହା ଉପରେ ବସି ବିଚାର କରିଥାଆନ୍ତେ।

Show More

Related Articles

Back to top button