Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଆଜି ଗୋଆରେ ପହଞ୍ଚିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଆଜି ଗୋଆରେ ପହଞ୍ଚିଛନ୍ତି । ଯେଉଁଠାରେ ଶିବସେନାର ସମସ୍ତ ବିରୋଧି ବିଧାୟକ ରହିଛନ୍ତି ସେହିଠାରେ ପହଞ୍ଚିଛନ୍ତି ସିନ୍ଧେ । ଏମାନେ ସମସ୍ତେ ସିନ୍ଧେଙ୍କ ସହ ମିଶି ଉଦ୍ଧବ ଠାକରେ ସରକାରକୁ ଭାଙ୍ଗି ଦେଇଛନ୍ତି । କୁହାଯାଉଛି କି ଏକନାଥ ସମସ୍ତ ବିଧାୟକଙ୍କୁ ସାଙ୍ଗରେ ଧରି ମୁମ୍ବାଇ ଫେରିବେ । ତେବେ ଏହା ପୂର୍ବରୁ ଏମାନଙ୍କର ଏକ ବୈଠକ ହୋଇପାରେ ବୋଲି କୁହାଯାଉଛି । ଏହା ପୂର୍ବରୁ ବି ଏକନାଥ ସିନ୍ଧେ ଗୋଆ ଯାଇଥିଲେ । ଏବେ ଫ୍ଲୋର ଟେଷ୍ଟ ଓ ବିଧାନସଭା ସ୍ପିକର ନିର୍ବାଚନ ପୂର୍ବରୁ ବିଧାୟକମାନେ ମୁମ୍ବାଇ ଫେରିବେ । ମିଳିଥିବା ସୂଚନା ଅନୁଯାୟୀ, ସିନ୍ଧେ ଗ୍ରୁପର ସମସ୍ତ ୫୦ ଜଣ ବିଧାୟକ ଦିନ ପ୍ରାୟ ୨ଟାରେ ଏକ ବିଶେଷ ଚାର୍ଟର ବିମାନରେ ମୁମ୍ବାଇ ଫେରିବେ । ଏହା ପୂର୍ବରୁ ଦିନ ୧୨ଟାରେ ବିଧାୟକ ଦୀପକ କେସରକର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି । ଜୁଲାଇ ୩ରେ ବିଧାନସଭାର ବିଶେଷ ଅଧିବେଶନରେ ବିଧାନସଭା ସ୍ପିକର ନିର୍ବାଚନ ହେବ ।

Show More

Related Articles

Back to top button