ଆଜି ସକାଳେ ସ୍ପାଇସ ଜେଟର ଏକ ବିମାନ ନୂଆଦିଲ୍ଲୀରୁ ଜବଲପୁର ଅଭିମୁଖେ ଉଡାଣ ଭରିଥିଲା । ମଝି ଆକାଶରେ ପହଞ୍ଚିବାବେଳକୁ ହଠାତି କ୍ୟବିନ ଭିତରେ ପ୍ରବଳ ଧୂଆଁ ଦୃଶ୍ୟମାନ ହୋଇଥିଲା । ଏହାପରେ ବିମାନଟି ଜରୁରୀକାଳୀନ ଭାବେ ପୁଣି ଦିଲ୍ଲୀ ବିମାନ ବନ୍ଦରକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଉକ୍ତ ବିମାନରୁ ସମସ୍ତ ଯାତ୍ରୀ ଓ କ୍ର୍ୟୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଏୟାର୍ଲାଇନ୍ର ମୁଖପାତ୍ର ସୂଚନା ଦେଇଛନ୍ତି ।
ଦୂର୍ଘଟଣା ଘଟିବା ପୂର୍ବରୁ ବିମାନଟି ନୂଆଦିଲ୍ଲୀ ବିମାନ ବନ୍ଦରର ଏୟାର- ଟ୍ରାଫିକ ନିୟନ୍ତ୍ରଣ କକ୍ଷର ଅନୁମତି କ୍ରମେ ସୁରକ୍ଷିତ ପୁଣି ଅବତରଣ କରିଛି । ଯାତ୍ରୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ନେଇ କୌଣସି ସୂଚନା ନାହିଁ ।ଧୂଆଁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନଥିବା ବେଳେ ଏହା ଯାନ୍ତ୍ରିକ ତ୍ରୁଟି ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ତେବେ ତଦନ୍ତ ପରେ କାରଣ ସ୍ପଷ୍ଟ ହେବା ନେଇ ବିମାନ କମ୍ପାନୀ କହିଛି ।