ଓଡ଼ିଆ ଗଳ୍ପଓଡ଼ିଶାସ୍ୱତନ୍ତ୍ର
ପୁଣି ସେଇ ପୁରୁଣା କାହାଣୀର ଶେଷରୁ ଆରମ୍ଭ
ଏଇ ମନ ତଳେ ଭାବନାର ମେଘ
ଆଖିରେ ଶ୍ରାବଣ ଧାରା ।
କାଲିର ଫଗୁଣ ଦଗ୍ଧ ଫୁଲ ବନ
ହୃଦୟ ଦହନ
ବିରହ କଣ୍ଟକେ ଭରା ।
କୁଆଁରୀ ମନର ଶିଉଳୀ ତୁଠରେ
ଲାଗିଗଲା ଦିନେ ନିଆଁ ।
ଅଭୁଲା ଅତୀତ ଅଫେରା ବସନ୍ତ
ସେ ସୁନା ସପନ
ସବୁ ସତେ ଧୂଆଁ ଧୂଆଁ ।
ଦୂର ଆକାଶରୁ ବଉଦ ଫାଙ୍କରୁ
ଉଇଁ ଆସୁ ଥିଲା ଜହ୍ନ।
ଅଳସ ସଞ୍ଜରେ ଅଳକା ନଈରେ
ସବୁ ସ୍ମୃତି ସତେ
ଭାସି ଗଲା କୋଉ ଦିନ ।
ଆମ ହାତଗଢା ବାଲିଘର କେବେ
ଜୁଆରରେ ଗଲା ଧୋଇ ।
କାଚଘର ପରି ଭାଙ୍ଗିଗଲା ମନ
କେମିତି ଯେ ଟିକେ
ଶବଦ ବି ହେଇନାହିଁ ।