
ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ନିମାପଡା ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ । ଆୟବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ୍। ନିମାପଡ଼ା ସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ୱରରେ ଥିବା ୨ଟି ଘର, ଢ଼େଙ୍କନାଳର ସ୍ଥିତ ୨ଟି ଘର ଏବଂ ଢ଼େଙ୍କାନାଳ ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୭ଟି ଏବଂ ଢେଙ୍କାନାଳରେ ୨୧ଟି ପ୍ଲଟ୍ ଠାବ କରାଯାଇଛି । ୨୮ଟି ପ୍ଲଟର ମୂଲ୍ୟ ହେଉଛି କୋଟିଏ ୪୫ ଲକ୍ଷ । ରେଡ୍ ବେଳେ ନଗଦ ୧ଲକ୍ଷ ୫୮ ହଜାର ଟଙ୍କା ଜବତ ହୋଇଛି । ସେହିପରି ବ୍ୟାଙ୍କ ଇନ୍ସୁରାନ୍ସ ହେଉଛି ୪୭ ଲକ୍ଷ ୬୫ ହଜାର । ଏହି ଚଢଉରେ ସାମିଲ ଅଛନ୍ତି ୫ ଡିଏସପିଙ୍କ ସମେତ ୧୨ ଇନ୍ସପେକ୍ଟର ।