ଓଡ଼ିଶା
ନଦୀକୁ ଡେଇଁପଡି ଯୁବତୀ ନିଖୋଜ

ଯାଜପୁର: ନଦୀକୁ ଡେଇଁପଡି ଯୁବତୀ ନିଖୋଜ । ଯାଜପୁର ଜିଲ୍ଳା ଜେନାପୁର ଥାନା ଯୋକଡ଼ିଆ ବ୍ୟାରେଜ୍ ନିକଟରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସକାଳ ପ୍ରାୟ ଆଠଟା ସମୟରେ ସ୍ଥାନୀୟ ବାଉଁଶ ଅଣ୍ଟା ଗାଁ ର କାଠିଆ ଦେହୁରିଙ୍କ ଝିଅ ଧାନି ଯୋକଡ଼ିଆ ବାରେଜ୍ ଉପରୁ ଖରସ୍ରୋତା ନଦୀକୁ ଡେଇଁ ନିଖୋଜ ଅଛନ୍ତି । ଯୁବତୀ ଜଣକ ନିଜ ମାମୁଁ ଘର ଛୋଟରାୟପୁର ଗାଁ ରେ ରହୁଥିଲେ।
ଆଜି ସକାଳୁ ସାଇକେଲ ରେ ଯୋକଡ଼ିଆ ଆନିକଟ ବଜାରକୁ ଆସି ଚା ପାଇବା ପରେ ସାଇକେଲ ରଖି ଦେଇ ବ୍ୟାରେଜ୍ ଉପରୁ ନଦୀକୁ ଡେଇଁ ପଡିଛନ୍ତି। ତେବେ ଯୁବତୀ ଏପରି କରିବାର କାରଣ ଜଣା ପଡି ନାହିଁ।