ଜୀବନଚର୍ଯ୍ୟାଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆସନ୍ତା୨୩ରେ ବିଦାୟକାଳୀନ ସମ୍ବର୍ଦ୍ଧନା

ଆସନ୍ତା ଜୁଲାଇ ୨୩ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ। ବିଦାୟକାଳୀନ ସମାରୋହ ସଂସଦ ଭବନର ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ହେବ। ଏହି ସମାରୋହ ଅବସରରେ ଭାରତର ଉପରାଷ୍ଚ୍ରପତି ଏମ. ଭେଙ୍କେୟା ନାଇଡ଼ୁ, ଲୋକ ସଭା ବାଚସ୍ପତି ଓମ ବିର୍ଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଏମ୍‌ପିମାନେ ଉପସ୍ଥିତ ରହିବେ।

ମିଳିଥିବା ସୂଚନା ଅନୁଯାୟୀ ,  ରାମନାଥଙ୍କୁ ବିଦାୟ ଉତ୍ସବ ସମୟରେ ଲୋକ ସଭା ସଦସ୍ୟଙ୍କ ତରଫରୁ ପ୍ରଶସ୍ତି ପତ୍ର, ସ୍ମୃତି ଚିହ୍ନ ଓ ଏମ୍‌ପିମାନଙ୍କ ଦ୍ୱାରା ସ୍ବାକ୍ଷରିତ ହୋଇଥିବା ହସ୍ତାକ୍ଷର ପୁସ୍ତିକା ଦଆଯିବ। ଏହାପରେ ବାଚଷ୍ପତି ବିଦାୟୀ ଭାଷଣ ଦେବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦେବାକୁ ଥିବା ସାଂସଦ ହସ୍ତାକ୍ଷର ପୁସ୍ତିକାକୁ ୧୮ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ସଂସଦର ସେଣ୍ଟ୍ରାଲ ହଲରେ ରଖାଯିବ, କାରଣ ଏମ୍‌ପିମାନେ ଏଥିରେ ସ୍ବାକ୍ଷର କରିବେ। ଏହା ପୂର୍ବରୁ ଜୁଲାଇ ୧୬ରେ ରାଷ୍ଟ୍ରପତି ଭବନରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳମାନଙ୍କ ପାଇଁ ଏକ ରାତ୍ରିଭୋଜନର ଆୟୋଜନ ହେବ।

ଆସନ୍ତା ଜୁଲାଇ ୨୫ରେ ଭାରତର ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

Show More

Related Articles

Back to top button