Breaking PLUSଦୁର୍ଘଟଣାମୁଖ୍ୟ ଖବର

ତନ୍ତୀଘାଇ ନଦୀରେ ଭାସି ମହିଳା ନିଖୋଜ

ଯାଜପୁର: ଖରସ୍ରୋତା ନଦୀର ଶାଖା ତନ୍ତି ଘାଇରେ ଭାସି ମହିଳା ନିଖୋଜ। ଏଭଳି ଏକ ଅଘଟଣ ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଏରଡା ଗାଁ ନିକଟ ତନ୍ତି ଘାଇ ନଦୀରେ । ମହିଳା ଜଣଙ୍କ ଶୌଚ ପାଇଁ ଯାଇଥିବା ସମୟରେ ନାଳରେ ଭାସି ଯାଇଥିବା ସୂଚନାମିଳିଛି । ମହିଳା ଜଣକ ବରି ବ୍ଲକ ଏରଡା ଗ୍ରାମର ୨୭ ବର୍ଷର ମିନୁ ମଲ୍ଲିକ ବୋଲି ସୂଚନା ମିଳିଛି । ଆଜି ସକାଳୁ ତନ୍ତୀ ଘାଇ ଘାଟ କୂଳକୁ ଶୌଚ ହେବାକୁ ଯାଇଥିବା ବେଳେ ନଦୀରେ ବୁଡି ଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଏବଂ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଖୋଜାଖୋଜି ଜାରି ରଖିଛନ୍ତି । ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିବା ଫଳରେ ନାଳରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ମହିଳା ଜଣକ ନାଳରେ ଭାସିଯାଇଥିବା ସନ୍ଦେହ କରାଯାଉଛି ।

Show More

Related Articles

Back to top button