Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ
ପୁଣି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ପଜିଟିଭ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ କରୋନା ପଜିଟିଭ ହୋଇଛନ୍ତି। ଗତ ଦୁଇ ଦିନ ଧରି ନୀତୀଶ କୁମାର ଜ୍ୱରରେ ପୀଡିତ ଥିଲେ। କରୋନା ପରୀକ୍ଷା ଟେଷ୍ଟ କରିବା ପରେ ସେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ମୁଖ୍ୟମନ୍ତ୍ରୀ ଆଇସୋଲେସନରେ ଅଛନ୍ତି। ତାଙ୍କୁ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ଗତ ଦୁଇ-ତିନି ଦିନ ମଧ୍ୟରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମଧ୍ୟ କରୋନା ଟେଷ୍ଟ କରିବା ଉଚିତ ବୋଲି କୁହାଯାଇଛି। ନୀତୀଶ କୁମାର ଏହା ପୂର୍ବରୁ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ଗତ ଜାନୁଆରୀ ୧୦ରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା।