ଓଡ଼ିଶାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ମଙ୍କିପକ୍ସ ମୁକାବିଲା ନେଇ ବସିବ ଉଚ୍ଚସ୍ତରୀୟ ବୈଠକ

ଆଜି ରାଜ୍ୟରେ ମଙ୍କିପକ୍ସ ମୁକାବିଲା ନେଇ ଅପରାହ୍ନ ସାଢେ ୪ଟାରେ ବସିବ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକରେ ଅଧ୍ୟକ୍ଷତା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଡିଏମଇଟି ପ୍ରମୁଖ ମଧ୍ୟ ବୈଠକରେ ଉପସ୍ଥିତ ରହିବେ ।

ବିଭିନ୍ନ ରାଜ୍ୟରୁ ମଙ୍କିପକ୍ସର ସନ୍ଦିଗ୍ଧ ଚିହ୍ନଟ ପରେ ରାଜ୍ୟ ଏହାର ମୁକାବିଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବ । ପୂର୍ବରୁ ମଙ୍କିପକ୍ସକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ ଜାରି କରିସାରିଛି । ଯଦି କୌଣସି ବ୍ୟକ୍ତିଙ୍କଠାରେ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଟେଷ୍ଟ କରି ଆଇସୋଲେସନ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଲକ୍ଷଣ ବାହାରିଲେ ନିକଟସ୍ଥ ଆଶା କର୍ମୀ କିମ୍ବା ANM କର୍ମୀଙ୍କୁ ମଧ୍ୟ ଖବର ଦେଇପାରିବେ ବୋଲି ମଧ୍ୟ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Show More

Related Articles

Back to top button