
ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଓଡିଶାର ୨୪ ଜଣିଆ ବିଧାୟକ ଟିମ୍ । ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅଭିନନ୍ଦନ ଜଣାଇବେ ସବୁ ଦଳର ବିଧାୟକ । ଏହାସହ ଓଡିଶାର ବିକାଶଧାରାକୁ ଆଗକୁ ନେବାକୁ ସହଯୋଗ ଲୋଡିଛନ୍ତି ବିଧାୟକ । ତେବେ ଗତକାଲି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ଦିଲ୍ଲୀରେ ପହଞ୍ଚିଥିଲେ।
ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡିର ୧୫ ଜଣ, ଭାଜପାର ୬ ଜଣ ଏବଂ କଂଗ୍ରେସର ୩ ଜଣ ବିଧାୟକ ଅଛନ୍ତି।


