Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ରାନିଲ ବିକ୍ରମାସିଂଘେ

କଲମ୍ବୋ: ଶ୍ରୀଲଙ୍କାରେ ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ମଧ୍ୟରେ ରାନିଲ ବିକ୍ରମାସିଂଘେ ନୂଆ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ବୁଧବାର ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଶ୍ରୀଲଙ୍କା ସଂସଦର ନୂତନ ଅଧିବେଶନକୁ ଉଦଘାଟନ କରିଛନ୍ତି। ଏହାପରେ ସଂସଦର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେବ। ଏହା ସହିତ ସଙ୍କଟ ବେଳେ ପଡ଼ୋଶୀ ଦେଶ ଭାରତ ଯେପରି ସହଯୋଗ କରିଛି ତାକୁ ନଭୁଲିବା ପାଇଁ ରାନିଲ ବିକ୍ରମାସିଂହ ଭାରତ ବାବଦରେ ମତ ରଖିଛନ୍ତି। ସେ କହିଛନ୍ତି, ‘ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦୂର କରିବାରେ ସାହାଯ୍ୟ କରିଥିବାରୁ ମୁଁ ଭାରତକୁ ବିଶେଷ ଧନ୍ୟବାଦ ଦେଉଛି।’ ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଶ୍ରୀଲଙ୍କାକୁ ସାହାଯ୍ୟ କରିଥିବାରୁ ନୂଆ ରାଷ୍ଟ୍ରପତି ରାନିଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ଭାରତ ସରକାର ଆମକୁ ଏକ ନୂଆ ଜୀବନ ଦେଇଛନ୍ତି। ମୁଁ ଶ୍ରୀଲଙ୍କାର ଲୋକଙ୍କୁ ଏବଂ ମୋ ତରଫରୁ ପ୍ରଧାନମନ୍ତ୍ରୀ ମୋଦି, ଭାରତ ସରକାର ଏବଂ ଭାରତବାସୀଙ୍କୁ ଧନ୍ୟବାଦ ଜଣାଇଛି। ଏହାପୂର୍ବରୁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଂହେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ବିଷୟରେ କହିଥିଲେ। ସେ କହିଥିଲେ ଯେ ତାଙ୍କ ଗୋଟାବାୟା ଶ୍ରୀଲଙ୍କାକୁ ଫେରିବା ପାଇଁ ଏହା ଠିକ୍ ସମୟ ନୁହେଁ। କାରଣ ଏଠାରେ ତାଙ୍କର ଉପସ୍ଥିତି ଦେଶରେ ରାଜନୈତିକ ତିକ୍ତତା ସୃଷ୍ଟି କରିପାରେ। ଇତିହାସର ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ପ୍ରବଳ ବିରୋଧ ଯୋଗୁଁ ରାଜପାକ୍ସେ ଦେଶ ଛାଡିଯିବା ସହ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ।

 

Show More

Related Articles

Back to top button