
ଡ଼ରାଉଛି ସ୍ୱାଇନ ଫ୍ଲୁ । ରାଜ୍ୟରେ କିଛି ସ୍ଥାନରେ ସ୍ୱାଇନ ଫ୍ଲୁ ସନ୍ଦିଗ୍ଧ ସାମ୍ନାକୁ ଆସିଛନ୍ତି । ଏନେଇ ସ୍ୱାଇନ ଫ୍ଲୁ ପାଇଁ ସତର୍କ ରହିବା ଲାଗି ସବୁ ସିଡିଏମଓ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚର ନିର୍ଦେଶକଙ୍କୁ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଯେଉଁ ସନ୍ଦିଗ୍ଧ ସ୍ୱାଇନ ପ୍ଲୁ ଆସିବେ ସେମାନଙ୍କର ସ୍କ୍ରିନିଂ ସହିତ ରେକର୍ଡ ରଖାଯାଉ । ଏଥିସହିତ ସ୍ୱାଇନ ଫ୍ଲୁର ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଧେଶ ଦିଆଯାଇଛି ।
ସୂଚନା ଯୋଗ୍ୟ ଯେ, ୨ ମାସ ତଳେ ରାଜଧାନୀରେ ୨ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ହୋଇଥିଲାବେଳେ ଜଣଙ୍କ ନମୁନା ପଜିଟିଭ ଆସିଥିଲା ।