Breaking PLUSଅପରାଧଆଇନ କାନୁନ

ମୁକେଶ ଅମ୍ବାନୀ ଓ ତାଙ୍କ ସପରିବାରଙ୍କୁ ଫୋନ ମାଧ୍ୟମରେ ହତ୍ୟା ଧମକ

ମୁମ୍ବାଇ: ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଫୋନ ଦ୍ୱାରା ଧମକ ମିଳିଛି । ଥରେ କି ୨ ଥର ନୁହେଁ, ୩ ଥର କଲ୍ କରି ସେମାନଙ୍କୁ ଧମକ ଦିଆଯାଇଛି । ଏ ନେଇ ଅଭିଯୋଗ ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ଏଥିସହ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଧମକକୁ ନେଇ ଅଭିଯୋଗ ହେବା ପରେ ଡିବି ମାର୍ଗ ପୋଲିସ ଷ୍ଟେସନ ଏ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୁକେଶ ଏବଂ ତାଙ୍କ ପରିବାରକୁ ୩ ଥର ଧମକପୂର୍ଣ୍ଣ କଲ୍ ଆସିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଏହି ଫୋନ କଲ୍ ରିଲାଏନ୍ସ ଫାଉଣ୍ଡେସନର ହରକିଶନ ଦାସ ହସ୍ପିଟାଲ ଡିସପ୍ଲେ ନମ୍ବରକୁ ଆସିଥିବା ଜଣାଯାଇଛି । ଏହି ଫୋନ କଲ୍ ରେ ମୁକେଶ ଅମ୍ବାନୀ ସମେତ ତାଙ୍କ ସମ୍ପୂର୍ଣ୍ଣ ପରିବାରକୁ ଧମକ ଦିଆଯାଇଛି । ଏହାପୂର୍ବରୁ ଗତବର୍ଷ ଫେବୃୟାରୀ ମାସରେ ଦେଶର ବିଶିଷ୍ଟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ ସନ୍ଦିଗ୍ଧ କାର ମଧ୍ୟ ଜବତ ହୋଇଥିଲା । ଏଥିରେ ୨୦ଟି ଜେଲାଟିନ ଷ୍ଟିକ ଜବତ କରାଯାଇଥିଲା । ତେବେ ଏହି ମାମଲାକୁ ନେଇ ମହାରାଷ୍ଟ୍ର ଏଟିଏସ ବ୍ୟତୀତ ଏନଆଇଏ ମଧ୍ୟ ତଦନ୍ତ କରି ସାରିଛି । ତେବେ ଯେଉଁ କାରରେ ବିସ୍ଫୋରକ ଜବତ ହୋଇଥିଲା, ତାହା ମନସୁଖ ହିରେନଙ୍କର ଥିଲା ବୋଲି ସୂଚନା ମିଳିଛି ।

Show More

Related Articles

Back to top button