ଓଡ଼ିଶାପାଣିପାଗ

ହୀରାକୁଦରେ ୮ଟି ଗେଟ୍ ବନ୍ଦ,ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ

ହୀରାକୁଦ ଡ୍ୟାମରେ ବନ୍ଦ୍ ହେଲା ୮ଟି ଗେଟ୍ । ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ।  ତଳ ମୁଣ୍ଡରେ ବନ୍ୟାସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଥିବାବେଳେ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ୱସ୍ଥି ମିଳିବ । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଏସ୍‌ଆର୍‌ସି ଦେଇଥିବା ସୂଚନା ଅନୁସାରେ, ଡ୍ୟାମର ବାମ ପାର୍ଶ୍ବରୁ ୧୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୮ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି। ତେବେ ବର୍ତ୍ତମାନ ଚିନ୍ତା ବଢ଼ାଇଛି ତେଲ ନଦୀ । ଛତିଶଗଡ଼ରେ ବର୍ଷା ହେଉଥିବା ବେଳେ ଡ୍ୟାମ ତଳମୁଣ୍ଡରେ ଥିବା ମହାନଦୀ ପାଣିରେ ତେଲ ନଦୀର ପାଣି ଆସି ମିଶୁଛି। ରବିବାର ସୁଦ୍ଧା ତେଲ ନଦୀରୁ ଦେଢ଼ ଲକ୍ଷ କ୍ୟୁସେକ ଜଳ ମହାନଦୀରେ ମିଶୁଥିଲା। କିନ୍ତୁ ଆଜି ତାହା ୫ ଲକ୍ଷ କ୍ୟୁସେକ ହୋଇସାରିଲାଣି। ଉପରମୁଣ୍ଡରୁ ୯ ଲକ୍ଷ କ୍ୟୁସେକ ଜଳ ଆସୁଥିବା ବେଳେ ତେଲ ନଦୀର ଏହି ୫ ଲକ୍ଷ କ୍ୟୁସେକ ଜଳ ଚିନ୍ତାର କାରଣ ପାଲଟିଛି। କାରଣ ଏସବୁ ପାଣି ମିଶିଗଲେ ପ୍ରବଳ ବନ୍ୟା ଆଶଙ୍କା ରହିଛି ।

ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମର ୮ଟି ଗେଟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ୱାରା ପ୍ରାୟ ୧.୨୦ ଲକ୍ଷ କ୍ୟୁସେକ କମିଯିବ। ମଙ୍ଗଳବାର ସକାଳ ୯ଟା ଯାଏ ୮ଟି ଗେଟ ବନ୍ଦ କରି ଆମେ ସ୍ଥିତି ପରଖିବୁ। ଏବେ ଡ୍ୟାମ ଜଳସ୍ତର ପାଖାପାଖି ୬୨୧ ଫୁଟ ରହିଛି। ୮ଟି ଗେଟ ବନ୍ଦ କରିଦେଲେ ମୁଣ୍ଡଳିରେ ୧୦.୫/୧୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ନହେଲେ ୧୨.୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ମଙ୍ଗଳବାର ସଧ୍ୟା ବେଳକୁ ମୁଣ୍ଡଳିକୁ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରିପାରେ ବୋଲି ଏସ୍‌ଆରସି କହିଛନ୍ତି।

 

Show More

Related Articles

Back to top button