ଭୁବନେଶ୍ୱର : ଏମସ୍ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଏମସ୍ ହସ୍ପିଟାଲରେ । ଏମ୍ସ ସର୍ଜରୀ ବିଭାଗ ପଞ୍ଚମ ମହଲାରୁ ରୋଗୀ ଡେଇଁପଡି ମୃତ୍ୟୁବରଣ କରିଚନ୍ତି । ମୃତକ ଜଣକ ହେଲେ ମହେନ୍ଦ୍ର ସ୍ୱାଇଁ ।
ସୂଚନା ଅନୁଯାୟୀ , ମହେନ୍ଦ୍ର ଏମସ୍ ହସ୍ପିଟାଲ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ରହି ଚିକିତ୍ସିତ ହେଉଥିଲେ । ତାଙ୍କ ସହ ତାଙ୍କ ସ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ତେବେ ହଠାତ୍ ଆଜି ଅପରାହ୍ନରେ ଏମ୍ସ ସର୍ଜରୀ ବିଭାଗ ପଞ୍ଚମ ମହଲାରୁ ସେ ଡେଇଁପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏପରି କରିବା ପଛରେ କଣ କାରଣ ରହିଛି ,ତାହା ଅସ୍ପଷ୍ଟ ରହିଛି ।
ଘଟଣାସ୍ଥଳରେ ପୋଲିସ୍ ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପଟେ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।