Breaking PLUSଓଡ଼ିଶାମୁଖ୍ୟ ଖବର
ଭୁବନେଶ୍ୱରରୁ କୋରାପୁଟ ଯାଉଥିବା ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କା ଜରିମାନା
ଭୁବନେଶ୍ୱରରୁ କୋରାପୁଟ ଯାଉଥିବା ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କାର ସ୍ଥାନୀୟ ଆରଟିଓ-୨ ଜରିମାନା କରାଇଛନ୍ତି ।
ଭୁବନେଶ୍ୱରରୁ କୋରାପୁଟ ଯାଉଥିବା ଏକ ଯାତ୍ରୀବାହୀ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କାର ସ୍ଥାନୀୟ ଆରଟିଓ-୨ ଜରିମାନା କରାଇଛନ୍ତି ।
ମିଳିଥିବା ସୂଚନାନୁସାରେ, ଓଡ଼ି ୧୦ ଏଫ ୦୪୦୯ ବସକୁ ଆରଟିଓ-୨ ଜରିମାନା କରିଛନ୍ତି । ବସଟି କୋରାପୁଟରୁ ଭୁବନେଶ୍ୱର ଚଳାଚଳ କରୁଥିଲା । ବସଟିର ବୈଧ ଷ୍ଟେଜ କ୍ୟାରେଜ ପରମିଟ ମଧ୍ୟ ନଥିଲା ।
୨୦୧୯ ମେ’ରୁ ଏଯାବତ ବସ ପାଇଁ ଏମଭି ଟ୍ୟାକ୍ସ ବି ପଇଠ କରାଯାଇନଥିଲା । ଫଳରେ ବସ ମାଲିକଙ୍କୁ ଟିକସ ସହ ଅନ୍ୟାନ୍ୟ ଜରିମାନା ବାବଦରେ ୫ ଲକ୍ଷ ୬୬ ହଜାର ଟଙ୍କା ଦେବାକୁ ପଡ଼ିବ ।