
ଭୁବନେଶ୍ୱର : ବନ୍ୟା ଯୋଗୁ ଘୁଞ୍ଚିଥିବା ASO ପରୀକ୍ଷା ଦେବେ ଆଜି ଛାତ୍ରଛାତ୍ରୀ । ୩ଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ରହିଛି। ଦ୍ୱିତୀୟ ସିଟିଂ ପରୀକ୍ଷା ସାଢ଼େ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ହେବ। ସେହିପରି ତୃତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ହେବ। ତେବେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ସମୟ ଟିକେ ଅଧିକ ରଖାଯାଇଛି। ସେମାନେ ପ୍ରତି ସିଟିଂରେ ଅଧ ଘଣ୍ଟାଏ ଲେଖାଏଁ ଅଧିକ ସମୟ ଦିଆଯିବ। ପ୍ରଥମ ସିଟିଂରେ ସାଧାରଣ ଜ୍ଞାନ ପରୀକ୍ଷା ହେବ। ଦ୍ୱିତୀୟ ସିଟିଂରେ Reasoning ଓ Meantal Ablility ସହିତ ଗଣିତ ପରୀକ୍ଷା କରାଯିବ। ସେହିପରି ତୃତୀୟ ସିଟିଂରେ ଇଂରାଜୀ ଓ ଓଡ଼ିଆ ପରୀକ୍ଷା ହେବ। ମୋଟ ୭୬୯ଟି ASO ପଦବୀରେ ନିଯୁକ୍ତି ପାଇଁ ଏହି ପରୀକ୍ଷା କରାଯାଉଛି। ପୂର୍ବରୁ ଅଗଷ୍ଟ ୨୧ ତାରିଖରେ ଏଏସ୍ଓ ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ASO ଲିଖିତ ପରୀକ୍ଷା ଦେବାକୁ ଆଶାୟୀ ଥିବା ବହୁ ଛାତ୍ରଛାତ୍ରୀ ବନ୍ୟା ଘେରରେ ଥିବାରୁ ସେମାନଙ୍କ ସୁବିଧା ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା ।



