ଓଡ଼ିଶାସ୍ୱାସ୍ଥ୍ୟ

ରାଜ୍ୟରେ ଉପରତଳ ସଂକ୍ରମଣ,୨୪ ଘଣ୍ଟା ମଧ୍ୟରେ ୨୫୭ ଜଣ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଉପରତଳ ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୭ ଜଣ କରୋନା ପଜିଟିଭ ଚିହ୍ନଟ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୫୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ ଯୋଗେଁ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ।

ତେବେ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ୫, ବରଗଡ଼ରୁ ୧୦, ଭଦ୍ରକରୁ ୧, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧରୁ ୨, କଟକରୁ ୨୨ ଜଣ, ଦେବଗଡ଼ରୁ ୨ ଜଣ, ଗଜପତିରୁ ୩ ଜଣ, ଜଗତସିଂହପୁରୁ ୧, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୨, କଳାହାଣ୍ଡି ଜିଲ୍ଲାରୁ ୮ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୨ , କେନ୍ଦୁଝରରୁ ୬, ଖୋର୍ଦ୍ଧା ଜିଲ୍ଲାରୁ ୩୪, ମୟୂରଭଞ୍ଜରୁ ୧୨ ଜଣ, ନବରଙ୍ଗପୁରରୁ ୭ ଜଣ, ନୟାଗଡ଼ ଜିଲ୍ଲାରୁ ୬ ଜଣ, ନୂଆପଡ଼ାରୁ ୬, ପୁରୀରୁ ୬ ଜଣ, ରାୟଗଡ଼ାରୁ ୧୦, ସମ୍ବଲପୁରରୁ ୧୫ ଜଣ, ସୁନ୍ଦରଗଡ଼ରୁ ୫୬ ଜଣ ଓ ଷ୍ଟେଟପୁଲରୁ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩, ୨୬, ୯୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୧୫, ୭୨୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧୯୮୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Show More

Related Articles

Back to top button