ଓଡ଼ିଶାଦୁର୍ଘଟଣା

ସ୍ନାନ ସମୟରେ ମା କୋଳରୁ ଖସିପଡି ଚାଲିଗଲା ୨ବର୍ଷ ପୁତ୍ରର ଜୀବନ

ସ୍ନାନ ସମୟରେ ଅଘଟଣ । ନଦୀରେ ଗାଧେଇବାବେଳେ ମା କୋଳରୁ ଖସିପଡି ଚାଲିଗଲା ୨ବର୍ଷ ପୁତ୍ରର ଜୀବନ । ଏଭଳି ଦୁଖଃଦ ଘଟଣା ଘଟିଛି ଓଡଗାଁ ଥାନା ଅନ୍ତର୍ଗତ ଗୌଡ଼ପୁଟ ଜଗନ୍ନାଥ ସାହିରେ । ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ମିଳିଥିବା ସୂଚନା ଅନୁଯାୟୀ,  ଗୌଡ଼ପୁଟ ଜଗନ୍ନାଥ ସାହିର ମାଆ ଶାନ୍ତିଲତା ବାରିକ ଦୁଆଣ୍ଟ ନଦୀକୁ ନିଜ ୨୨ ମାସର ଶିଶୁପୁତ୍ରକୁ ନେଇ ଗାଧୋଇବାକୁ ଯାଇଥିଲେ । ସ୍ନାନ କରିବା ସମୟରେ ଅସାବଧାନତା ବଶତଃ ପିଲାଟି ମାଆ କୋଳରୁ ଖସିପଡି ଭାସି ଯାଇଥିଲା । ବହୁ ଖୋଜାଖୋଜି ପରେ ୧୦୦ ମିଟର ଏକ ବ୍ରିଜରେ ପିଲାଟିକୁ ଦେଖି ଅଞ୍ଚଳବାସୀ ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଦାର ପରେ ପିଲାଟିର ମୃତ୍ୟୁ ଘଟିସାରିଥିଲା ।

 

Show More

Related Articles

Back to top button