ଦୀର୍ଘ ୨ବର୍ଷ ପରେ ଦୂର୍ଗାପୂଜା ପାଇଁ କଟକରେ ଜୋରସୋର ପ୍ରସ୍ତୁତି ଆରମ୍ଭ
କରୋନା ମହାମାରୀ ପାଇଁ ୨ବର୍ଷ ହେଲା ବିନା ଭକ୍ତରେ ଦୂର୍ଗାପୂଜା ପାଳନ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କରୋନା ପ୍ରକୋପ କମିଥିବାରୁ ଖୁବ୍ ଆଡମ୍ବରରେ ପାଲିତ ହବ ଦୂର୍ଗାପୂଜା । ଏଥିପାଇଁ କଟକରେ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ସୁନା ଚାନ୍ଦି ମେଢରେ ଝଲସିବେ ମା । ସେଥିପାଇଁ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଯାଇଛି ଚାନ୍ଦି ସଫା କାମ । ଚାନ୍ଦି ସଫା ଶେଷ ହେବା ପରେ ମୂର୍ତ୍ତି ତିଆରି ଆରମ୍ଭ ହେବ ବୋଲି କହିଛନ୍ତି ପୂଜା କମିଟି ପକ୍ଷରୁ ସୂଚନା ମିଳିଛି ।
ସେହିପରି ହରିପୁର ଦୋଳମୁଣ୍ଡାଇ ପୂଜା କମିଟିରେ ପ୍ରାୟ ଛଅ ଜଣ କାରିଗର ଚାନ୍ଦି ସଫେଇ କାମରେ ଲାଗିଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ସ୍ବାଭାବିକ ମୂର୍ତ୍ତି ହେବା ସହ ଚାନ୍ଦି ମେଢରେ ସଜେଇ ହେବେ ମାଆ । ଗୋଟିଏ ଚାନ୍ଦି ମେଢ ସଫା କରିବା ଓ ପଲିସ କରିବାକୁ କାରିଗର ମାନେ ପଚାଶ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ନେଉଥିବା ପୂଜା କମିଟି ସମ୍ପାଦକ କହିଛନ୍ତି।
ଖାନନଗର ପୂଜା କମିଟି ପକ୍ଷରୁ ମଧ୍ୟ ଜୋରଦାର ଚାଲିଛି ଚାନ୍ଦି ସଫେଇ କାମ । ମାଆଙ୍କ ପୂଜାକୁ ଆଉ ମାସେରୁ କମ ସମୟ ବାକି ରହିଲା । ଦୁଇ ବର୍ଷ ହେଲାଣି ମାଆଙ୍କ ଚାନ୍ଦି ମେଢ ଲାଗି ନଥିବାରୁ ଦୁଇ ବର୍ଷର କାମ କରିବାକୁ ପଡୁଛି। କାରିଗରମାନେ ମଧ୍ୟ ବେଶ ଉତ୍ସାହର ସହ ସମସ୍ତ କାମ କରୁଥିବା ଖାନନଗର ପୂଜା କମିଟି ସମ୍ପାଦକ।