ଗତ କିଛିଦିନ ହେବ ନକଲି ତେଲ, ମସଲା, ଘିଅ, ଖାଦ୍ୟ,ସର୍ଫ ଆଦି ଜବତ ପରେ ଏବେ କଟକରେ ନକଲି ମେଡିସିନ କାରବାର ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ଡ୍ରଗ କଂଟ୍ରୋଲର ଟିମ ଚଢ଼ାଉ କରିଛି ।
ବୁଧବାର ରାତିରେ କଟକର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଡ୍ରଗ କଂଟ୍ରୋଲେର ଟିମ । ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ । ଏକ ନାମୀ କମ୍ପାନୀର ଔଷଧକୁ ନକଲି କରାଯାଉଥିବା ଅଭିଯୋଗ । ଚଢ଼ାଉ ପରେ ସମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଲା ବିଭାଗ ।