ଭାରତୀୟ କ୍ରିକେଟର୍ଙ୍କୁ ଛାଡି ପାକିସ୍ତାନୀ କ୍ରିକେଟର୍ ପ୍ରେମରେ ଉବୁଟୁବୁ ଉର୍ବଶୀ

ମୁମ୍ବାଇ: ଭାରତୀୟ କ୍ରିକେଟର୍ଙ୍କୁ ଛାଡି ପାକିସ୍ତାନୀ କ୍ରିକେଟର୍ ପ୍ରେମରେ ଉବୁଟୁବୁ ଅଭିନେତ୍ରୀ ଉର୍ବଶୀ ରୌତେଲା। ସେ ପାକିସ୍ତାନର କ୍ରିକେଟର ନସୀମ ସାହାଙ୍କ ପ୍ରେମରେ ପଡିଛନ୍ତି। ଏମିତି କିଛି କଥା ସୋଶିଆଲ ମିଡିଆରେ ଉର୍ବଶୀ ଓ ନସୀମଙ୍କୁ ନେଇ ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କୁ ଚାରିଆଡୁ ଟ୍ରୋଲ କରାଯାଇଛି। ନିକଟରେ ଏସିଆ କପ୍ରେ ଭାରତ ଓ ପାକିସ୍ତନାରେ ହୋଇଥିବା ମ୍ୟାଚ୍ ଦେଖିବା ପାଇଁ ଦୁବାଇରେ ପହଞ୍ଚିଥିଲେ ଉର୍ବଶୀ। ତେବେ କ୍ରିକେଟର ଋଷଭ ପନ୍ତ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଉର୍ବଶୀ ଏହି ମ୍ୟାଚ୍ ଦେଖିବା ପାଇଁ ଯାଇଥିବା କିଛି ଲୋକ ବିଶ୍ୱାସ କରୁଥିଲେ। ସେପ୍ଟେମ୍ବର ୪ରେ, ଉର୍ବଶୀ ପୁଣି ଥରେ ଇଣ୍ଡୋ-ପାକ୍ ମ୍ୟାଚ୍ ଦେଖିବାକୁ ଆସିଥିଲେ। ତେବେ ଏଥର ତାଙ୍କ ନଜର ପନ୍ତ ଉପରେ ନୁହେଁ ବରଂ ପାକିସ୍ତାନୀ କ୍ରିକେଟର ନସୀମଙ୍କ ଉପରେ ଥିଲା। ପନ୍ତଙ୍କ ସହ ଝଗଡା ମଧ୍ୟରେ ପାକିସ୍ତାନ କ୍ରିକେଟର ନସୀମଙ୍କ ପ୍ରେମରେ ପଡି ଯାଇଛନ୍ତି ଉର୍ବଶୀ। ମ୍ୟାଚ୍ ପରେ ଉର୍ବଶୀ ନସୀମଙ୍କ ଏକ ଭିଡିଓ ନିଜ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରି ଏଭଳି କିଛି ହିଣ୍ଟସ ଦେଇଛନ୍ତି। ଏହି ଭିଡିଓରେ ନସୀମ୍ କ୍ରିକେଟ ପିଚ୍ରେ ହସୁଥିବା ବେଳେ ଉର୍ବଶୀ ତାଙ୍କୁ ଦେଖି ଲାଜେଇ ଯାଉଥିବା ଦେଖିବାକୁ ମିଳିଛି। ଭିଡିଓ ସାମ୍ନାକୁ ଆସିବା ପରେ ସୋଶିଆଲ ମିଡିଆରେ ଉର୍ବଶୀ ଓ ନସୀମଙ୍କୁ ନେଇ ସୃଷ୍ଟି ହୋଇଯାଇଛି ମିମ୍ସର ଝଡ। ଉର୍ବଶୀଙ୍କ ଏହି ଭିଡିଓକୁ ନେଇ ତାଙ୍କ ଅନେକ ୟୁଜର୍ସ ଟ୍ରୋଲ ମଧ୍ୟ କରିଛନ୍ତି।