ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ଜେଲରୁ ବାହାରିବେ ସାମ୍ବାଦିକ ସିଦ୍ଦିକ୍ କପ୍ପାନ

ନୂଆଦିଲ୍ଲୀ: ଜେଲରୁ ମୁକୁଳିବେ ସାମ୍ବାଦିକ ସିଦ୍ଦିକ୍ କପ୍ପାନ। ତାଙ୍କୁ ଜାମିନ ଦେବା ପାଇଁ ଆଜି ସୁପ୍ରିମ୍‌କ‌ୋର୍ଟ ହଁ କହିଛନ୍ତି। ଏ ସମ୍ପର୍କରେ ଆଜି ସୁପ୍ରିମ୍‌କ‌ୋର୍ଟ ପ୍ରଧାନ ବିଚାରପତି ୟୁୟୁ ଲଳିତ ରାଜି ହୋଇଛନ୍ତି। ତିନି ଦିନ ଟ୍ରାଏଲ୍‌ କୋର୍ଟରେ ହାଜର କରାଯିବା ପରେ ସାମ୍ବାଦିକ ସିଦ୍ଦିକଙ୍କୁ ମୁକ୍ତ କରାଯିବ। ଏହା ପରେ ସିଦ୍ଦିକ୍ ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ। ଏଥିସହିତ ପ୍ରତି ସପ୍ତାହରେ ନିଜାମୁଦ୍ଦିନ୍‌ସ୍ଥିତ ସ୍ଥାନୀୟ ଥାନାରେ ହାଜର ହେବେ। ଏହା ଛଡ଼ା ଜାମିନ ମଞ୍ଜୁରି ପାଇଁ ଆଉ କିଛି ସର୍ତ୍ତାବଳି ମଧ୍ୟ ଲାଗୁ କରାଯାଇଛି। ୬ ସପ୍ତାହ ପରେ ସାମ୍ବାଦିକ ସିଦ୍ଦିକ୍‌ଙ୍କୁ କେରଳର ମାଲପୁରମ୍‌ ଯିବା ପାଇଁ ଅନୁମତି ମିଳିବ। ସେଠାରେ ମଧ୍ୟ ପ୍ରତି ସପ୍ତାହରେ ସେ ସ୍ଥାନୀୟ ଥାନାରେ ହାଜର ହେବେ। ଜେଲ୍‌ରୁ ମୁକ୍ତ ହେବା ଆଗରୁ ସେ ତାଙ୍କର ପାସ୍‌ପୋର୍ଟ ଦାଖଲ କରିବେ। ସେହିପରି ସେ ସାକ୍ଷୀମାନଙ୍କ ସହିତ ମିଳାମିଶା କରିବେ ନାହିଁ ବୋଲି ଅଦାଲତ ସର୍ତ୍ତ ରଖିଛନ୍ତି । ୨୦୨୦ ଅକ୍ଟୋବରରେ ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ରିପୋର୍ଟିଂ କରିବାକୁ କପ୍ପାନ ଅକ୍ଟୋବର ୫ରେ ହାଥରସର ବୋଲାଗରି ଗାଁକୁ ଯାଉଥିଲେ। ହେଲେ ଉତ୍ତର ପ୍ରଦେଶ ପୁଲିସ୍‌ ତାଙ୍କୁ ଗିରଫ କରି ଥିଲା। ତାଙ୍କୁ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍‌ ଆକ୍ଟ୍‌’ ବଳରେ ଗିରଫ କରାଯାଇଥିଲା।

Show More

Related Articles

Back to top button