ଆଇନ କାନୁନଦେଶସେଲିବ୍ରିଟି
ପତ୍ନୀ ଶାଲିନୀଙ୍କୁ ଛାଡପତ୍ର ଦେଲେ ପଞ୍ଜାବୀ ଗାୟକ ହନି ସିଂହ

ପତ୍ନୀ ଶାଲିନୀଙ୍କୁ ଛାଡପତ୍ର ଦେଲେ ପଞ୍ଜାବୀ ଗାୟକ ହନି ସିଂହ । ଗତ ବର୍ଷ ହନି ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ପତ୍ନୀ ଶାଲିନୀ ତଲୱାର । ଏହାପରେ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲାବେଳେ ହନି ସିଂହ ଶାଳିନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ। ତେବେ ଆଜି ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିବା ସୂଚନା ମିଳିଛି ।
ଆଜି ଦିଲ୍ଲୀର ସାକେତ୍ କୋର୍ଟରେ ପହଞ୍ଚିଥିଲେ ହନି ଓ ଶାଳିନୀ । ହନି ସିଂହ ଶାଳିନୀଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଥିଲେ। ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବାପରେ ମେଣ୍ଟେନାନ୍ସ କଥା ଉଠିଥିଲା । ଏହାପରେ ହନି ସିଂହ ଭରଣପୋଷଣ ବାବଦକୁ ୧ କୋଟି ଟଙ୍କା ଦେଇଥିବା ସୂଚନା ମିଳିଛି।
ଏହା ପୂର୍ବରୁ ପତ୍ନୀଙ୍କ ଅଭିଯୋଗ ପରେ ହନି ସିଂହ ସୋସିଆଲ୍ ମିଡିଆରେ ବୟାନ ଜାରି କରି ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମୋ ଛବି ଖରାପ କରିବାକୁ ଏଭଳି ଅଭିଯୋଗ କରାଯାଇଛ ବୋଲି ହନିଂ ସିଂହ କହିଥିଲେ।