ଗତ ଦୁଇ ମାସ ମଧ୍ୟରେ ମାର୍କେଟ୍ ବିଲ୍ଡିଂରେ ୩ଟି ଶୋ’ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ
ଭୁବନେଶ୍ୱର : ମାର୍କେଟ୍ ବିଲ୍ଡିଂରେ ଗତ ଦୁଇ ମାସ ମଧ୍ୟରେ ୩ଟି ଶୋ’ରୁମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଲାଣି। ଏହି ଘଟଣାରେ ନା ମଲ୍ କର୍ତ୍ତୃପକ୍ଷ ଚେତୁଛନ୍ତି, ନା ଅଗ୍ନିଶମ ବିଭାଗ ଚେତୁଛନ୍ତି। ଯାହାଫଳରେ ମଲ୍କୁ ଯାଉଥିବା ହଜାର ହଜାର ଗ୍ରାହକଙ୍କ ଜୀବନ ବିପଦରେ ପକାଉଛନ୍ତି ମଲ୍ ମାଲିକ। ଯଦି ବଡ଼ ଧରଣର ଅଗ୍ନିକାଣ୍ଡ ଘଟୁଛି, ସେତେବେଳେ ଅଗ୍ନିଶମ ବିଭାଗର ଯାଞ୍ଚ କଥା ମନେ ପଡୁଛି। ନ ହେଲେ ଅଗ୍ନିମଶ ବିଭାଗ ଚୁପଚାପ ବସି ପଡୁଛନ୍ତି। ଗୁରୁବାର ମାର୍କେଟ୍ ବିଲ୍ଡିଂରେ ଥିବା ଉଷା ଉଲେକ୍ଟ୍ରୋନିକ୍ସ ଶୋ’ରୁମ୍ରେ ନିଆଁ ଲାଗିବା ପରେ ଚେତିଛି ଅଗ୍ନିଶମ ବିଭାଗ। ସେ ଖୁବ୍ଶୀଘ୍ର ମାର୍କେଟ୍ ବିଲ୍ଡିଂରେ ବଡ଼ ଧରଣର ଚଢ଼ଉ କରି ମଲ୍ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବେ। ଏଥିଲାଗି ଅଗ୍ନିଶମ ବିଭାଗର ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶରେ ୧୦ଟି ଟିମ୍ ଗଠନ କରାଯାଇଛି। ଏହି ଟିମ୍ କିଭଳି ମଲ୍ ଏବଂ ଶୋ’ରୁମ୍ରେ ଚଢ଼ଉ କରାଯିବ ସେନେଇ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଦୁଇ ଦିନ ଭିତରେ ଏହି ଟିମ୍ ଆକ୍ସନ୍ମୁଡ୍କୁ ଆସିବ ବୋଲି ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।